29.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ଭୟ: ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଡ଼ଭାଇଜୋରୀ ଜାରି କଲେ ଗଣଶିକ୍ଷାମନ୍ତ୍ରୀ

କରୋନା ଭୟ: ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଡ଼ଭାଇଜୋରୀ ଜାରି କଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ଵର(ଓଡ଼ିଶା ନ୍ୟୁଜ ଏଜେନ୍ସି) :ଚୀନରୁ ସାରା ଦେଶକୁ ବ୍ୟାପୀଥିବା କରୋନା ଭାଇରସ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି କରୋନାରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଂଚିଥିବା ବେଳେ ଏହା ୨୫ଟି ଦେଶକୁ ବ୍ୟାପୀଲାଣି । ଏହାକୁ ନଜରେ ରଖି ପିଲାମାନଙ୍କୁ ଥଣ୍ଡା କିମ୍ବା ଜର ହେଲେ ସଙ୍ଗେ ସଙ୍ଗେ ଚିକିତ୍ସା କରାଇବାକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ପ୍ରକାଶ ଥାଉକି, କରୋନା ଭାଇରସ୍ ସାରା ବିଶ୍ଵରେ ଆତଙ୍କ ଖେଳାଇଛି। ତେବେ ଓଡ଼ିଶାକୁ କରୋନା ଭୟ ନାହିଁ। କିଛିଦିନ ତଳେ ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ହୋଇଥିବା ସନ୍ଦେହ ହୋଇଥିଲା। ଯାହାକି ଆଜି ସ୍ପଷ୍ଟ ହୋଇଛି। ଫୁଲବାଣୀ ଛାତ୍ରଙ୍କ ସବୁ ସାମ୍ପୁଲ ନେଗେଟିଭ୍ ଆସିଛି। ତେଣୁ ଓଡ଼ିଶାକୁ ବର୍ତ୍ତମାନ କରୋନା ଭୟ ନଥିଲେ ମଧ୍ୟ ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା ଏହି ମହାମାରୀ ପ୍ରତି ସତର୍କ ରହିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ଜାରି କରିଥିବା ଆଡ଼ଭାଇଜୋରୀ ମାନିବାକୁ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking