30.1 C
Bhubaneswar
Friday, May 3, 2024
Homeଓଡିଶାବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ବର: ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଦଳ ସୀମାରାଣୀଙ୍କ ଟିକଟ କାଟି ଦେଇଥିବାରୁ ସେ ଅସନ୍ତୋଷ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ବିଜେଡି ଛାଡିବା ପରେ ଆଜି ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ବିଜେଡି ସୁପ୍ରିମୋଙ୍କ ଲେଖିଥିବା ଇସ୍ତଫା ପତ୍ରରେ ସୀମାରାଣୀ ଲେଖିଛନ୍ତି ଯେ, ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ। ତେବେ ବ୍ୟକ୍ତିଗତ କାରଣରୁ ଦଳରେ ରହିବା ସମ୍ଭବ ନୁହେଁ । ସୋମବାର ଘୋଷଣା ହୋଇଥିବା ଟିକେଟ ତାଲିକାରେ ସୀମାରାଣୀଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ସୀମାରାଣୀ ଦୁଇ ଥରର ବିଜେଡ଼ି ବିଧାୟିକା । ୨୦୧୪ରୁ ୨୦୧୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକଟରେ ବିଧାୟିକା ହୋଇଛନ୍ତି । ୨୦୧୪ରେ ସେ ବିଜେଡି ପ୍ରତିନିଧି ଭାବରେ ହିନ୍ଦୋଳ ଆସନରୁ ନିର୍ବାଚନ ଲଢ଼ିଥିଲେ । ଏଠାରୁ ୩ ଥର ନିର୍ବାଚନ ଜିତିଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଟିକଟ କାଟିଥିଲା ବିଜେଡି । ଦଳ ସୀମାରଣୀଙ୍କୁ ଭରଷା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking