30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଭୁଶୁଡି ପଡିଲା ଶ୍ମଶାନ ପାଚେରୀ; ୪ ମୃତ, ଏକାଧିକ ଆହତ

ଭୁଶୁଡି ପଡିଲା ଶ୍ମଶାନ ପାଚେରୀ; ୪ ମୃତ, ଏକାଧିକ ଆହତ

ଚଣ୍ଡିଗଡ: ହରିୟାଣାରେ ଅଭାବନୀୟ ଘଟଣା । ଶ୍ମଶାନ ପାଚେରୀ ଭୁଶୁଡି ପଡିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ ଥିବା ଏକ ଶ୍ମଶାନରେ । ଘଟଣାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ ହୋଇଛି । ୧୫ ଫୁଟ ଉଚ୍ଚ ପାଚେରୀର କିଛି ଅଂଶ ହଠାତ ଭୁଶୁଡିବା ପରେ ଅନେକ ଲୋକ ଚାପି ହୋଇଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି ।

ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ମଶାନର ପାଚେରୀ ଭୁଶୁଡିବା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ଭଙ୍ଗା ପାଚେରୀ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଜେସିପି ସାହାଯ୍ୟରେ ଆବର୍ଜନାଗୁଡିକ ହଟାଇ ଦିଆଯାଇଥିଲା । ୪ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ମଦନପୁରୀ ଶ୍ମଶାନ ପାଚେରୀ ଭୁଶୁଡି ପଡିଛି । ଏହି ପାଚେରୀକୁ ଡେରି ହୋଇ ହଜାର ହଜାର ଟନ୍ କାଠ ରଖାଯାଇଥିଲା । ଏହି କାରଣରୁ କାନ୍ଥଟି ସାମାନ୍ୟ ତଳ ମୁହାଁ ହୋଇ ରହିଥିଲା । ପାଚେରୀକୁ ମରାମତି ପାଇଁ ସ୍ଥାନୀୟ ଲୋକେ ଅନେକ ଥର ଶ୍ମଶାନ ପରିଚାଳକଙ୍କୁ କହିଥିଲେ, କିନ୍ତୁ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶନିବାର ସନ୍ଧ୍ୟା ପ୍ରାୟ ୬.୨୪ ମିନିଟ ସମୟରେ କିଛି ଲୋକ ପାଚେରୀ ପାଖରେ ବସି କଥାବର୍ତ୍ତା ହେଉଥିଲେ । ଏହି ସମୟରେ ହଠାତ ପାଚେରୀର କିଛି ଅଂଶ ଭୁଶୁଡି ପଡିଥିଲା । ଫଳରେ ଭଗ୍ନ ପାଚେରୀ ତଳେ ଏକାଧିକ ଲୋକ ଚାପି ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking