32.1 C
Bhubaneswar
Saturday, May 4, 2024
Homeଓଡିଶାତେଜୁଛି ବଂଶଧାରା ଜଳ ବିବାଦ, ଏବେ ବ୍ୟାରେଜ ନିର୍ମାଣକୁ ବିରୋଧ କଲେଣି ଗଜପତିବାସୀ

ତେଜୁଛି ବଂଶଧାରା ଜଳ ବିବାଦ, ଏବେ ବ୍ୟାରେଜ ନିର୍ମାଣକୁ ବିରୋଧ କଲେଣି ଗଜପତିବାସୀ

ପାରଳାଖେମୁଣ୍ଡି : ବଂଶଧାରା ନଦୀ ଉପରେ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପରେ ଏବେ ଗୁଣପୁରର ସାରା, ବାଡିଗାଁ ଓ ପାଲିସଂ ଅଞ୍ଚଳର ଲୋକଙ୍କ ଚିନ୍ତା ବଢିଛି । ବ୍ୟାରେଜ ନିର୍ମାଣ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକମାନେ ଏକାଠି ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାସହ ଜମି ଅଧିଗ୍ରହଣ ବେଳେ ଉପଯୁକ୍ତ ଦର ସହ ଆଗୁଆ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ପ୍ରକଳ୍ପ କାମ କରିବାକୁ ଦିଆଯିବ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ବ୍ୟାରେଜ ନିର୍ମାଣ ଦ୍ୱାରା ଗଜପତି ଜିଲ୍ଲା ଅନେକ ଗାଁ ଜଳ ମଗ୍ନ ହେବା ନେଇ ଆଶଙ୍କା ରହିଛି । ତେଣୁ ଲୋକମାନେ ବିରୋଧ କରୁଛନ୍ତି । ଏହି ବ୍ୟାରେଜ ପାଇଁ ଓଡିଶା ସରକାର ୧୦୬ ଏକର ଜମି ଅଧିଗ୍ରହଣ କରିବେ । ବିଶେଷକରି ଗୁଣପୁରର ସାରା, ବାଡିଗାଁ, ପାଲସିଂ ଅଂଚଳର ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହେବେ । ଏଥିପାଇଁ ସାରା ଗାଁର ଲୋକମାନେ ଏକାଠି ହୋଇ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଜମି ଅଧିଗ୍ରହଣ ବେଳେ ଉପଯୁକ୍ତ ଦର ସହ ଆଗୁଆ ଥଇଥାନ କରିବାକୁ ସେମାନେ କହିଛନ୍ତି । ଏମିତିକି ଦାବି ପୂରଣ ନହେଲେ ସେମାନେ ଆମରଣ ଅନଶନ କରିବା ସହ ପ୍ରକଳ୍ପ କାମ କରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଜଳ ଉପରେ ଆନ୍ଧ୍ର ଓ ଓଡ଼ିଶା ଉଭୟ ରାଜ୍ୟର ଅଧିକାର ରହିବ । ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରିବେ । ତେଣୁ ନେରେଡିରେ ବ୍ୟାରେଜ ନିର୍ମାଣ ହେଲେ ଓଡିଶାର ଅନେକ ଅଂଚଳ ଜଳମଗ୍ନ ହେବ । ଏଥିଯୋଗୁଁ ଅନେକ ପରିବାର ବିସ୍ଥାପିତ ହେବେ । ପୁରୁଷ ପୁରୁଷ ଧରି ରହି ଆସିଥିବା ଭିଟାମାଟିକୁ ଛାଡିବାକୁ ପଡିବ । କିନ୍ତୁ ଓଡିଶା ସରକାରଙ୍କ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଉ ନାହିଁ ବୋଲି ପାରଳାଖେମୁଣ୍ଡି ବିଧାୟକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲର ରାୟ ଉପରେ ସରକାର କଣ ବିଚାର କରିବେ, ସେନେଇ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ । ସୂଚନାଯୋଗ୍ୟ, ୨୦୦୬ରେ ଆନ୍ଧ୍ର ସରକାର ବଂଶଧାରା ନଦୀ ଉପରେ ନେରେଡି ଠାରେ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ । ଏହାର ପ୍ରତିବାଦ କରି ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲ ୨୦୧୭ରେ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ଦେବା ପରେ ଓଡିଶା ସରକାର ଏହା ବିରୋଧରେ ପୁନଃ ଆବେଦନ କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ ପୁଣି ଥରେ ସେହି ପୁରୁଣା ରାୟକୁ କାଏମ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking