30.1 C
Bhubaneswar
Friday, May 3, 2024
Homeକରୋନା ଓଡିଶାସ୍ୱାସ୍ଥ୍ୟ କେନ୍ଦ୍ରରେ ସାମାଜିକ ଦୂରତାର ଧଜିଆ ଉଡିଲା, ସରକାରୀ କଟକଣା ପାଲଟିଛି ପ୍ରହସନ

ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମାଜିକ ଦୂରତାର ଧଜିଆ ଉଡିଲା, ସରକାରୀ କଟକଣା ପାଲଟିଛି ପ୍ରହସନ

ଅନୁଗୁଳ : ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ପବିତ୍ରନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଖୋଲାଯାଇଥିବା ଟିକାଦାନ କେନ୍ଦ୍ରରେ ସରକାରଙ୍କ କୋଭିଡି କଟକଣା ସତେ ଯେମିତି ପ୍ରହସନ ପାଲଟିଛି । ଏହି ଟିକାଦାନ କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ଲାଗିଥିଲା । ଭାକସିନ୍ ନେବାକୁ ଆସିଥିବା ଏକାଧିକ ଅମାନିଆଙ୍କ ମୁହଁରେ ନଥିଲା ମାକ୍ସ, ସାମାଜିକ ଦୂରତାକୁ ପଚାରେ କିଏ ଭଳି ସରକାରୀ କଟକଣାର ଧଜିଆ ଉଡିଥିଲା । ସୂରକ୍ଷା ଦୃଷ୍ଟି କୋଣରୁ ଜଣେ ପୋଲିସ୍ କର୍ମଚାରୀ ମୃତୟନ ହୋଇଥିବା ବେଳେ ବାବୁ ଜଣକ କୁଆଡେ ନିଜ ମୋବାଇଲ୍‌ରେ ଚାର୍ଟିଂରେ ଫୁଲ୍ ବ୍ୟସ୍ତଥିଲା ବେଳେ ବିନା ମାକ୍ସରେ ଏକାଧିକ ଅମାନିଆଙ୍କ ଭିଡ ସାଙ୍ଗକୁ ପାଟିତୁଣ୍ଡରେ ମେଡିକାଲ୍ ପରିସର କମ୍ପିଥିଲା । ଏଭଳି ଅଭାବନୀୟ ପରିବେଶ ମଧ୍ୟରେ ଟିକାକରଣ ଚାଲିଛି । ଏହା ଜାରୀ ରହିଲେ ଆଗାମୀ ଦିନରେ ଗୋଷ୍ଠି ସଂକ୍ରମଣ ବୃଦ୍ଧିକୁ ଏଡାଯାଇ ନପାରେ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, କଣିହାଁ ବ୍ଲକ୍‌ର ଜନସଂଖ୍ୟା, ଲୋକଙ୍କ ଗମନାଗମନ ଓ ଭୈାଗଳିକ ଗଠନ ଦୃଷ୍ଟିରୁ ଆଖିଆଗରେ ରଖି ସରକାରଙ୍କ ପକ୍ଷରୁ ୩ଟି ଭେକସିନ୍ କେନ୍ଦ୍ର ହୋଇଛି । ଦୈନିକ ୨ଶହ ଜଣଙ୍କୁ କଣିହାଁ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଥିବା ବେଳେ ୧ଶହ ଲେଖାଏଁ ପବିତ୍ରନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବଜ୍ରକୋଟ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା ହୋଇଛି । ଏଥିପାଇଁ ସ୍ଲଟ୍ ବୁକିଙ୍ଗ ହୋଇ ଟିକାକରଣ ଜାରୀ ରହିଛି । ସଂପୃକ୍ତ ୩ଟି ଟିକାଦାନ କେନ୍ଦ୍ରରେ ସାମାଜିକ କଟକଣାର ଧଜିଆ ଉଡିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ନଜର ଅନ୍ଦାଜ୍‌ରେ ଖୋଲାଖୋଲି ଉଲଂଘନ ହେଉଥିବାର ଅଭିଯୋଗ ହୋଇଛି । ଟିକାକରଣ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ୨ମିଟର ଦୂରତା ରହୁନଥିବା ବେଳେ ଯିଏ ଯେଉଁଠି ପାରିଲା ସେଠି ବାଇକ୍‌, କାର୍ ରଖି ଟ୍ରାଫିକ୍ ସମସ୍ୟା ଉପୁଜୁଛି । ତେବେ କେନ୍ଦ୍ର ଗୁଡିକରୁ ଟିକା ନେଇ ଘରକୁ ଫେରୁଥିବା ବ୍ୟକ୍ତି ଗୋଷ୍ଠି ସଂକ୍ରମଣରେ ପ୍ରଭାବିତ ହେଉନଥିବା ତାହା ସବୁଠାରୁ ବଡପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ନେଇ ଆଶା ଆଶଙ୍କାରେ ବୟୋଜ୍ୟୋଷ୍ଠ ! ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି, ପୁଲିସ୍‌, ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ ଗୁରୁତ୍ୱ ବହନ କରୁଥୁବା ବେଳେ ସୋମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ତଥା ସଠିକ୍ ବୁଝାମଣା ରହୁନଥିବାରୁ ଏଭଳ ଅବ୍ୟବସ୍ଥିତ ଢଙ୍ଗରେ ଟିକାକରଣ ଚାଲିଥିବା ନେଇ ସାଧ।।ରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking