28.1 C
Bhubaneswar
Sunday, May 12, 2024
Homeଓଡିଶାନାବାଳିକଙ୍କୁ ଅସଦାଚରଣ କରି ଯୁବକ ଗିରଫ

ନାବାଳିକଙ୍କୁ ଅସଦାଚରଣ କରି ଯୁବକ ଗିରଫ

ଭୁବନେଶ୍ୱର:  ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର  ରଙ୍କନିଧି ମଲ୍ଲିକ ଓରଫ ରିଙ୍କୁ(୨୮) । ସୂଚନାଯୋଗ୍ୟ ଯେ, ଗତ କାଲି ମଧ୍ୟାନ ସମୟରେ ଅଭିଯୋଗକାରିଣୀ ତାଙ୍କ ଘରେ ନଥିବାର ସୁଯୋଗ ଦେଖି ଅଭିଯୁକ୍ତ ରିଙ୍କୁ ସେଠାକୁ ଆସିଥିଲେ ଓ ଅଭିଯୋଗକାରିଣୀଙ୍କର ନାବାଳିକା ଝିଅକୁ ଚକୋଲେଟ ଖାଇବାକୁ ଦେବା ସହ ତାଙ୍କ ସହିତ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ଏନେଇ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଚିତ୍କାର ଶୁଣି କିଛି ପଡୋଶୀ ସେଠାରୁ ଆସିଥିଲେ ଓ ଅଭିଯୁକ୍ତକୁ କାବୁ କରି ପିସିଆର ସହାୟତାରେ ନୟାପଲ୍ଲୀ ଥାନାରେ ଜିମ୍ମା ଦେଇଥିଲେ । ଏନେଇ ଅଭିଯୋଗକାରିଣୀ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ପଚରାଉଚରା ବେଳେ ସେ ନିଜର ଅପରାଧ ସ୍ୱୀକାର କରିଥିଲେ । ତେଣୁ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking