23.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଭୟଙ୍କର ଅଗ୍ନିକାଣ୍ଡ ; ଜଳିଲା ଲେଦର ଗାରମେଣ୍ଟଟସ୍ କମ୍ପାନୀ

ଭୟଙ୍କର ଅଗ୍ନିକାଣ୍ଡ ; ଜଳିଲା ଲେଦର ଗାରମେଣ୍ଟଟସ୍ କମ୍ପାନୀ

ନୂଆଦିଲ୍ଲୀ : ଆଜି ସକାଳେ ଦିଲ୍ଲୀର ନୋଏଡା ସ୍ଥିତ ସେକ୍ଟର -୬୫ ଅଂଚଳରେ ଥିବା ଲେଦର ଗାରମେଣ୍ଟଟସ୍ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପ୍ରାୟ ୧୫ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ନିଆଁର ପ୍ରକୋପ ଏତେ ଯେ , ନିଆଁର ଧୂଆଁରେ ଉକ୍ତ ଅଞ୍ଚଳର ଆକାଶ ଧୂଆଁମୟ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆତଙ୍କ ଖେଳିଯାଇଥିଲା । ଖବର ପାଇ, ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ଆହତ ଓ ମୃତକଙ୍କର କୌଣସି ସୂଚନା ମିଳିନାହିଁ । ଅଗ୍ନିକାଣ୍ଡରେ ଲେଦର ଗାରମେଣ୍ଟଟସ୍ କମ୍ପାନୀ ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking