36.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ଜାମିନ

ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ:  ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଅମାନ୍‌ତୁଲ୍ଲା ଖାନ୍‌ଙ୍କୁ ଶନିବାର ଦିଲ୍ଲୀସ୍ଥିତ ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଦିଲ୍ଲୀ ୱାକ୍‌ଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅମାନତୁଲ୍ଲାଙ୍କୁ ଇଡି ଗିରଫ କରିଥିଲା ଏବଂ ସମ୍ପ୍ରତି ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି । ତେବେ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ୍ ଆଧାରରେ କୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ପ୍ରକାଶ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରାୟ ୬ଥର ସମନ ପରେ ମଧ୍ୟ ଅମାନ୍‌ତୁଲ୍ଲା ଇଡି ସମ୍ମୁଖରେ ହାଜର ହେଉନଥିଲେ ଏବଂ ସମନ୍‌କୁ ଏଡାଇଯାଉଥିଲେ । ଏହାପରେ କୋର୍ଟରେ ଏନେଇ ଇଡି ଅଭିଯୋଗ କରିବା ପରେ କୋର୍ଟ ତାଙ୍କୁ ଇଡି ସମ୍ମୁଖରେ ଗତ ୧୮ ତାରିଖରେ ହାଜର ହେବାକୁ ସମନ କରିଥିଲେ । କୋର୍ଟ ନିର୍ଦ୍ଦେଶକୁ ପାଳନ କରି ଅମାନ୍‌ତୁଲ୍ଲା ଗତ ୧୮ତାରିଖରେ ଇଡି ସମ୍ମୁଖରେ ହାଜର ହୋଇଥିଲେ । ଏବଂ ସେଠାରେ ତାଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ତାଙ୍କୁ ଅଧିକ ଜେରା କରିବାର ଆବଶ୍ୟକତା ନଥିବା ଇଡି କୋର୍ଟରେ ସ୍ପଷ୍ଟ କରିବା ପରେ ଆଜି ତାଙ୍କ ଜାମିନ୍ ଆବେଦନକୁ କୋର୍ଟ ମଞ୍ଜୁରି ଦେଇଛନ୍ତି ।
୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନୁତୁଲ୍ଲା ଖାନ୍ ବେଆଇନ୍ ନିଯୁକ୍ତି ମାଧ୍ୟମରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ । ତାଙ୍କ ସହଯୋଗୀଙ୍କ ନାମରେ ଅସ୍ଥାବର ସମ୍ପତ୍ତି କ୍ରୟ କରିବାରେ ଏହି ଅର୍ଥ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସିବିଆଇ ତଦନ୍ତ କରିବା ସହ ତାଙ୍କ ବିରୋଧରେ ଏକ ଏଫ୍‌ଆଇଆର୍ ମଧ୍ୟ ରୁଜୁ କରିଥିଲା । ଏହାକୁ ଆଧାର କରି ଇଡି ଅମାନତୁଲ୍ଲା ଖାନଙ୍କ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking