28.3 C
Bhubaneswar
Sunday, May 12, 2024
Homeଅପରାଧଦେଶର ୪ ବିମାନ ବନ୍ଦରକୁ ଉଡାଇବାକୁ ଧମକ

ଦେଶର ୪ ବିମାନ ବନ୍ଦରକୁ ଉଡାଇବାକୁ ଧମକ

ନୂଆଦିଲ୍ଲୀ:  ଦେଶର ଚାରୋଟି ପ୍ରମୁଖ ବିମାନବନ୍ଦରକୁ ବୋମା ବିସ୍ଫୋରଣ ମାଧ୍ୟମରେ ଉଡାଇ ଦେବାକୁ ଧମକ ମିଳିଛି । ଗତକାଲି ଜୟପୁର ସ୍ଥିତ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମିଳିଥିବା ଏକ ଇ-ମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । କୋଲକାତା ବିମାନବନ୍ଦର, ଜୟପୁର ବିମାନବନ୍ଦର ସମେତ ଦେଶର ଚାରୋଟି ଭିନ୍ନ ଭିନ୍ନ ବିମାନବନ୍ଦରରେ ବୋମା ଲଗାଯାଇଥିବା ନେଇ ଆସିଥିବା ଇ-ମେଲ୍ ମିଳିବା ମାତ୍ରେ ଦେଶର ସବୁ ବିମାନବନ୍ଦରରେ ସର୍ଚ୍ଚ ଅପରେସନ୍‌କୁ ଆଜି ଜୋରଦାର କରାଯାଇଥିବା ସୂଚନା ମିଳିଛି । ତେବେ ସର୍ଚ୍ଚ ଅପରେସନ୍ କାଳରେ  କୌଣସି ବିମାନବନ୍ଦରରୁ ଏପ୍ରକାର ବିସ୍ଫୋରଣ ସାମଗ୍ରୀକୁ ଠାବ କରାଯାଇନଥିବା ଜଣାପଡିଛି । କିନ୍ତୁ ଏପ୍ରକାର ଇ-ମେଲ୍ ମିଳିବା ପରେ ସମସ୍ତ ବିମାନ କର୍ତ୍ତୃପକ୍ଷଙ୍କୁ ସୂଚୀତ କରାଯାଇଥିଲା ଏବଂ ଯଥାସମ୍ଭବ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଥିଲା । ଦେଶର ବିମାନବନ୍ଦରଗୁଡ଼ିକର ସୁରକ୍ଷା ଦାୟିତ୍ୱ ଏବେ ସିଆଇଏସ୍‌ଏଫ୍ ଉପରେ ନ୍ୟସ୍ତ ରହିଥିବା ବେଳେ ଏପ୍ରକାର ଧମକପୂର୍ଣ୍ଣ ଇ-ମେଲ୍ କିଏ ଓ କେଉଁଠୁ ପଠାଇଛି ସେନେଇ ଏବେ ତଦନ୍ତ ଜାରି ରହିଛି । ରିପୋର୍ଟ ଅନୁସାରେ ଇ-ମେଲ୍ କରିଥିବା ଅଭିଯୁକ୍ତଜଣକ ଚ୍ୟାଲେଞ୍ଜ୍ ଦେବା ଭଳି ଶବ୍ଦରେ ଲେଖିଛି ଯେ, ‘ମୁଁ ବେଙ୍ଗାଲୁରୁରେ ବସିଛି, ଯଦି ତୁମେ ପାରିବ ମୋତେ ଧର ।’ ସୂଚନାଯୋଗ୍ୟ ଯେ ଗତ ଚାରି ମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking