31.1 C
Bhubaneswar
Tuesday, April 23, 2024
Homeସ୍ୱାସ୍ଥ୍ୟକରୋନା ଡରରେ ଅଧିକ କାଢା ପିଇଛନ୍ତି କି ?

କରୋନା ଡରରେ ଅଧିକ କାଢା ପିଇଛନ୍ତି କି ?

ନୂଆଦିଲ୍ଲୀ: ଯଦି କରୋନାରୁ ରକ୍ଷା ପାଇବା ପାଇଁ ଆପଣ ବି ଅଧିକ କାଢା ପିଇଛନ୍ତି ଓ ମଲଟି ଭିଟାମିନ ଖାଇଛନ୍ତି, ତେବେ ଏହି ଖବର ପଢିବା ଆପଣଙ୍କ ପାଇଁ ନିହାତି ଜରୁରୀ । କାରଣ ଆପଣଙ୍କ ଏହି ଅଭ୍ୟାସ ଅନ୍ୟ ରୋଗ ସୃଷ୍ଟିର କାରଣ ହୋଇପାରେ । ଦିଲ୍ଲୀ ହସ୍ପିଟାଲରେ ଏବେ କରୋନା ରୋଗୀଙ୍କ ସଂଖ୍ୟା କମ ହୋଇଛି । ହେଲେ ଆବଶ୍ୟକଠାରୁ ଅଧିକ କାଢା ପିଇବା ପରେ ପାଇଲ୍ସ ରୋଗର ଚିକିତ୍ସା କରାଉଥିବା ରୋଗୀଙ୍କ ସଂଖ୍ୟା ବଢିଛି । କାଢା ଖାଲି ନୁହେଁ, ମଲ୍ଟି ଭିଟାମିନ ବି ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ବିଗାଡିଥିବା ନଜରକୁ ଆସିଛି ।
ଆପଣ ଭାବୁଥିବେ ଯେ, ଭିଟାମିନ ସି ଆମକୁ କରୋନା ଭାଇରସରୁ ଦୂରରେ ରଖିବ । ଭିଟାମିନ ଡି ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇବ । ଆଉ କାଢା ଗଳାରେ ହିଁ ଏହି ଭାଇରସକୁ ମାରିଦେବ । ହେଲେ ଆପଣ ଜାଣିଛନ୍ତି କି ଏହି ଡର ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବିଗାଡି ଦେଇଛି । ଦିଲ୍ଲୀ ମୁଳଚନ୍ଦ ହସ୍ପିଟାଲ ଓପିଡିରେ ପ୍ରତିଦିନ ୪ରୁ ୫ ରୋଗୀ ପାଇଲ୍ସ ଚିକିତ୍ସା ପାଇଁ ଆସୁଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ମଲ୍ଟି ଭିଟାମିନ୍ ଗ୍ରହଣ କ୍ରମାଗତ ଭାବରେ କରାଯିବା ଉଚିତ୍ ନୁହେଁ। 3 ରୁ 6 ମାସ ବ୍ୟବହାର ପରେ, ଅତି କମରେ 3 ମାସର ବିରତି ଦିଆଯିବା ଉଚିତ୍ । ଯଦି ଏହାଠାରୁ ଅଧିକ ଆବଶ୍ୟକ ହୁଏ, ତେବେ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଚେକଅପ୍ ନକରି ନିଜର ଡାକ୍ତର ହୁଅନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking