32.1 C
Bhubaneswar
Friday, April 26, 2024
Homeଓଡିଶାପ୍ରେମ ସପ୍ତାହ କଣ..ଆସନ୍ତୁ ଜାଣିବା ....

ପ୍ରେମ ସପ୍ତାହ କଣ..ଆସନ୍ତୁ ଜାଣିବା ….

ଭୁବନେଶ୍ୱର :ଫ୍ରେବୃୟାରୀ ମାସ ଆସିବା କ୍ଷଣି ଲାଗେ ଯେମିତି ପ୍ରେମର ଋତୁ ଆସିଯାଇଛି । ସମସ୍ତଙ୍କ ମନରେ ଏକ ପ୍ରକାର ଉତ୍ସାହ ଦେଖାଦିଏ । କାହିଁଙ୍କି ନା ପ୍ରେମ ସପ୍ତାହ ଆରମ୍ଭ ହୁଏ । ଭାଲେଣ୍ଟାଇନ୍ ବିଷୟରେ ଆମ ସମସ୍ତେ ଜାଣିଛେ କିନ୍ତୁ ଏହା ପୁର୍ବରୁ ପାଳନ ହେଉଥିବା ଭାଲେଣ୍ଟାଇନ୍ ଉଇକ୍ ବିଷୟରେ ଜାଣନ୍ତିକି …. ?ଏହି ସପ୍ତାହ ୭ ଫ୍ରେବୃୟାରୀ ରୁ ଆରମ୍ଭ ହୋଇ ୧୩ ଫ୍ରେବୃୟାରୀ ରେ ଶେଷ ହୁଏ । ତେବେ ଆସନ୍ତୁ ଜାଣିବା ଭାଲେଣ୍ଟାଇନ ଡେ ଆସିବା ଆଗରୁ ଏହି ୭ଟି ସ୍ୱତନ୍ତ୍ର ଦିନ କଣ ଓ କେମିତି ପାଳନ କରନ୍ତି ।
ରୋଜ୍ ଡେ : ଭାଲେଣ୍ଟାଇନସ ସପ୍ତାହର ପ୍ରଥମ ଦିନଟି ରୋଜ୍ ଡେ ଭାବରେ ପାଳନ କରାଯାଏ ।ଏହାକୁ କେହି କେହି ଗୋଲାପର ଦିନ ବୋଲି ମଧ୍ୟ କହିଥାନ୍ତି । ଏହି ଦିନରେ ପରସ୍ପର ଭିତରେ ଗୋଲାପ ଫୁଲର ଆଦନ ପ୍ରଦାନ ହୁଏ । ଯଦି ଆପଣ ଏହି ଦିନରେ କାହାକୁ ଗୋଲାପ ଫୁଲ ଦେବାକୁ ଯାଉଛନ୍ତି ତେବେ ଧ୍ୟାନ ରଖନ୍ତୁ .. ଗୋଲାପ ଫୁଲର ପ୍ରତ୍ୟକ ରଙ୍ଗର ଅଲଗା ଅଲଗା ଅର୍ଥ ରହିଛି । ଯାହା ଉପରେ ଆଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ପ୍ରପୋଜ ଡେ: ଏହି ଡେ ୮ ଫ୍ରେବୃୟାରୀ ଦିନ ପାଳନ ହୁଏ । ଆପଣ ଯଦି କାହାକୁ ବହୁତ ଭଲ ପାଉଛନ୍ତି ତ ଏଇ ଦିନରେ ତାଙ୍କୁ ମନର କଥା କହିବା ପାଇଁ ବେଷ୍ଟ ଅଟେ । ସେଥିପାଇଁ ତ ଏହି ଦିନକୁ ପ୍ରପୋଜ ଡେ କହିଥାନ୍ତି ।

ଚକୋଲେଟ୍ ଡେ : ଏହି ଦିନ ୯ ଫ୍ରେବୃୟାରୀ ଦିନ ପାଳନ ହୁଏ । ପରସ୍ପର କୁ ଚକୋଲେଟ୍ ଦେଇ ଏହାକୁ ଖୁବ ଖୁସିରେ ପାଳିଥାନ୍ତି ।

ଟେଡି ଡେ: ଏହି ଦିନଟି ୧୦ ଫ୍ରେବୃୟାରୀ ରେ ପଡିଥାଏ । ପରସ୍ପର କୁ ଟେଡି ବିୟର ଦେଇଥାନ୍ତି । ଆଜି କାଲି ବଜାରରେ ଖୁବ୍ ସୁନ୍ଦର ସୁନ୍ଦର କଣ୍ଢେଇ ମିଳୁଛି କେହି କେହି ହାତରେ ତିଆରି କରି ମଧ୍ୟ ଉପହାରରେ ଦେଇଥାନ୍ତି ।

ପ୍ରମିଜ୍ ଡେ: ଏହି ଦିନଟି ୧୧ ଫ୍ରେବୃୟାରୀ ରେ ପଡିଥାଏ । ଏହି ଦିନରେ ଶପଥ କରି ନିଜ କଥା ରଖିବା କୁ ଚେଷ୍ଟା କରନ୍ତି ।

ହଗ୍ ଡେ :ଏହି ଦିନଟି ୧୨ ଫ୍ରେବୃୟାରୀ ରେ ପଡିଥାଏ । ପରସ୍ପର କୁ ଆଲିଙ୍ଗନ କରିଥାନ୍ତି । ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲପାଇବା ଓ ଆନ୍ତରିକତା ବଢିଥାଏ । କିଛି ରିସର୍ଚରୁ ଜଣାପଡିଛି ଯେ ହଗ୍ କରିବା ଦ୍ୱାରା ଷ୍ଟ୍ରେସ୍ କମିବା ସହ ମାନସିକ ଶାନ୍ତି ମିଳିଥାଏ ।

କିସ୍ ଡେ : ଏହି ଦିନଟି ୧୩ ଫ୍ରେବୃୟାରୀ ରେ ପଡିଥାଏ । ଏହା ଭାଲେଣ୍ଟାଇନ୍ ସପ୍ତାହର ଶେଷ ଦିନ । ଏହାକୁ ଚୁମ୍ବନ ଦିବସ ବୋଲି କୁହାଯାଏ ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking