40.1 C
Bhubaneswar
Thursday, April 25, 2024
Homeଓଡିଶାପୀଡିତା ଓ ପରିବାରଙ୍କୁ ସୁରକ୍ଷା ଦିଅ, ବ୍ୟକ୍ତିଗତ ହାଜର ହେବେ ଏସଡିପିଓ

ପୀଡିତା ଓ ପରିବାରଙ୍କୁ ସୁରକ୍ଷା ଦିଅ, ବ୍ୟକ୍ତିଗତ ହାଜର ହେବେ ଏସଡିପିଓ

ଭେଡେନ୍ ଗଣ ବଳାତ୍କାର ମାମଲାରେ ଓ ଏଚଆରସିଙ୍କ ନିର୍ଦ୍ଦେଶ

ବଗରଡ :  ଜିଲ୍ଲାର ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଧର୍ଷଣ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ୍‌ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପିଡିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ଓଏଚଆରସିର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସଂମ୍ପର୍କରେ ରିପୋର୍ଟ ଦେଇନଥିବାରୁ ତଦନ୍ତକାରୀ ଅଫିସର ତଥା ବରଗଡ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ମଧ୍ୟ ନିର୍ଦ୍ଦେଶ ରହିଛି । ଅଭିଯୋଗକାରୀ ୨୦୧୭ ମଇ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ ୩.୧୦.୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ । ଏତଲା ରୁଜୁ ନକରି ପୋଲିସ୍ ମାନବିକ ଅଧିକାର ଉଲଂଘନ କରିଥିବାରୁ ପିଡିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ, ତାହା ଜଣାଇବାକୁ କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏ ସମ୍ପର୍କରେ କମିଶନଙ୍କୁ ପୁଲିସ ଜବାବ
ଦେଇପାରିନାହିଁ । ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ପରବର୍ତୀ ଶୁଣାଣୀ ହେବ ବୋଲି ପୀଡିତାଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି । କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୩.୦୯.୨୦୧୬ରେ ଭେଡେନ୍ ଥାନାର କିଛି ପୁଲିସ୍ କର୍ମଚାରୀ ଘରୁ ପୁଲିସ୍‌ ଭ୍ୟାନ୍‌ରେ ଉଠାଇ ନେଇ ଧର୍ଷଣ କରିଥିଲେ । ପରେ ଗାଁ ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଦେଇଥିଲେ । ଗାଁ କିଛି ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ୍ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା । ଖସି ଆସିଥିବା ମହିଳାଜଣଙ୍କ ମାନବିକ ଅଧିକାର କମିଶନରେ ଅଭିଯୋଗ କରିଥିଲେ । ମହିଳା ଜଣକ ତାଙ୍କ ବଡ ଭାଇକୁ ଏ ସମ୍ପର୍କରେ ଜଣାଇଥିଲେ । ୦୩.୦୫.୨୦୧୭ରେ ତାଙ୍କ ଭାଇ ବରଗଡ ଏସପିଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ଓ ଅନ୍ୟ ପୁଲିସ ଉଚ୍ଚ କର୍ତୁପକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କାର୍ଯାନୁଷ୍ଠାନ ବଦଳରେ ୧୯ ଜୁଲାଇ ୨୦୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ପୁଲିସ୍ ଓ ଗାଁଲୋକଙ୍କ ସଂପୃକ୍ତି ରହିଥିବା ଆବେଦନକାରିଣୀ କମିଶନଙ୍କୁ ଜଣାଇଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking