35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ ଟିକା : ଆଇସିଏମ୍‌ଆର

ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ ଟିକା : ଆଇସିଏମ୍‌ଆର

ନୂଆଦିଲ୍ଲୀ:  ସେପ୍ଟେମ୍ବର ସୁଦ୍ଧା ଭାରତରେ ଶିଶୁଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି ଆଇସିଏମ୍‌ଆର ଅଧୀନସ୍ଥ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶକ ଡାଃ ପ୍ରିୟା ଆବ୍ରାହମ ସୂଚନା ଦେଇଛନ୍ତି । ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ତେଣୁ ଆଗାମୀ ଦିନରେ ଏହାର ଫଳାଫଳ ଜଣାପଡିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଭାରତରେ ପ୍ରଦାନ କରାଯାଉଥିବା ତିନିଟି କୋଭିଡ୍ ଟିକା ମଧ୍ୟରୁ କୋଭାକ୍ସିନ ଅନ୍ୟତମ । ଆଇସିଏମଆର୍‌ର ମିଳିତ ସହଯୋଗରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ଏହି ଟିକା ପ୍ରସ୍ତୁତ କରୁଛି । ଅନ୍ୟ ଦୁଇଟି ଟିକା ହେଲା ପୁଣେସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ରୁଷ ନିର୍ମିତ ସ୍ପୁଟ୍‌ନିକ୍‌-୫ ।

ଚଳିତବର୍ଷ  ଜାନୁଆରୀରେ ଡିସିଜିଆଇ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) କୋଭାକ୍ସିିନ୍‌ର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏହାବ୍ୟତୀତ ଭାରତରେ ଶିଶୁଙ୍କ ନିମନ୍ତେ ଜାଇଡସ୍‌-କାଡିଲା କମ୍ପାନୀ ପକ୍ଷରୁ ‘ଜାଇକୋଭ୍‌-ଡି’ ଟିକା ବର୍ତ୍ତମାନ ଡିସିଜିଆଇଙ୍କ ଅନୁମତି ଅପେକ୍ଷାରେ ରହିଛି । ଅପରପକ୍ଷରେ ଯୁଗ୍ମ ଟିକା ପ୍ରଦାନରେ କୌଣସି ଅସୁବିଧା ନାହିଁ ବୋଲି ଡାଃ ପ୍ରିୟା କହିଛନ୍ତି। ତେବେ କୋଭିଡ୍‌ର ଭୟାବହତା ଏଡାଇବାକୁ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ୍ ଟିକା ନେବାକୁ ଲୋକେ ଆଦୌ କୁଣ୍ଠାବୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking