31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଏଫ୍‌ବିଆଇ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଜଣେ ଭାରତୀୟ, ଖୋଜିବା ପାଇଁ ଭାରତ ଆସିବେ ୟୁଏସ୍ ତଦନ୍ତ...

ଏଫ୍‌ବିଆଇ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଜଣେ ଭାରତୀୟ, ଖୋଜିବା ପାଇଁ ଭାରତ ଆସିବେ ୟୁଏସ୍ ତଦନ୍ତ ଅଧିକାରୀ

ନ୍ୟୁୟର୍କ : ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସ୍ (ଏଫ୍‌ବିଆଇ) ପକ୍ଷରୁ ବିଶ୍ୱସ୍ତରୀୟ ୧୦ ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କ ଏକ ତାଲିକା ଜାରି କରାଯାଇଛି । ତେବେ ଏହି ୧୦ ମୋଷ୍ଟ ୱାଣ୍ଟେଡ୍‌ଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ମଧ୍ୟ ସାମିଲ ଥିବା ଜଣାପଡିଛି । ଏଫ୍‌ବିଆଇ ତାଲିକାରେ ନାମିତ ଏହି ଭାରତୀୟ ଯୁବକଙ୍କ ନାମ ଭଦ୍ରେଶ କୁମାର ଚେତନଭାଇ ପଟେଲ ଏବଂ ତାଙ୍କ ଘର ଗୁଜରାଟ ଅହମ୍ମଦାବାଦ୍‌ର ବିରାମଗାମ ଅଞ୍ଚଳରେ ବୋଲି ଜଣାପଡିଛି । ଏଫ୍‌ବିଆଇ ପକ୍ଷରୁ ତାଙ୍କ ନାମରେ ୨,୫୦,୦୦୦ ଡଲାର ଅର୍ଥାତ୍ ୨.୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।

ଏଫ୍‌ବିଆଇ ପକ୍ଷରୁ ସୋସିଆଲ ମିଡିଆ ଏକ୍ସ’ରେ ଏହି ସୂଚନା ଦିଆଯାଇଛି । ଭଦ୍ରେଶ କୁମାର ଚେତନଭାଇ ପଟେଲ୍‌ଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ, ସେ ନିଜ ୨୧ ବର୍ଷୀୟା ପତ୍ନୀ ପଲକ୍‌ଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଉଭୟ ମେରିଲାଣ୍ଡ୍‌ର ହାନୋବର୍ ଅଞ୍ଚଳରେ ଥିବା ଏକ କଫି ସପ୍‌ରେ କାମ କରୁଥିଲେ । କିନ୍ତୁ କିଛି ସମୟ ଧରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭାରତ ଫେରିବାକୁ ନେଇ ପାଟିତୁଣ୍ଡ ହେଉଥିବା ସ୍ଥାନୀୟ କର୍ମଚାରୀ କହିଛନ୍ତି । ତେବେ ଏକ ନାଇଟ୍ ସିଫ୍ଟରେ ଉଭୟ କାମ କରୁଥିବା ବେଳେ ଭଦ୍ରେଶ, ପଲକ୍‌ଙ୍କୁ ବାରମ୍ବାର ଛୁରାମାଡ଼ କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସିସିଟିଭିରେ ସମସ୍ତ ଘଟଣା କଏଦ ହୋଇଯାଇଥିଲା । ଏହାକୁ ଆଧାର କରି ଏଫ୍‌ବିଆଇ ଏପ୍ରିଲ୍ ୨୦୧୫ରୁ ଏପର୍ଯ୍ୟନ୍ତ ଭଦ୍ରେଶଙ୍କୁ ଖୋଜା ଜାରି ରଖିଛି । ତେବେ ଭ୍ରଦେଶଙ୍କୁ ଗିରଫ କରିବା ପାଇଁ ଏଫ୍‌ବିଆଇର ଏକ ଟିମ୍ ଭାରତ ଗସ୍ତରେ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking