29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସିଡ୍‌ନୀ ମଲ୍‌ରେ ଗୁଳିକାଣ୍ଡ, ୫ ମୃତ

ସିଡ୍‌ନୀ ମଲ୍‌ରେ ଗୁଳିକାଣ୍ଡ, ୫ ମୃତ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ଥିବା ୱେଷ୍ଟଫିଲ୍ଡ ବଣ୍ଡି ଜଙ୍କସନ୍ ନାମକ ଏକ ସପିଂ ମଲ୍‌ରେ ଜଣେ ଆତତାୟୀଙ୍କ କିଛି ସମୟ ଧରି ଆତଙ୍କ ସୃଷ୍ଟି କରିବା ଏବଂ ଛୁରୀ ତଥା ଗୁଳିମାଡ଼ କରିବା ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଏହି ଉନ୍ମତ୍ତକାଣ୍ଡରେ ଅନେକ କିଛି ଲୋକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସିଡ୍‌ନୀ ପୁଲିସ୍ ଘଟଣାସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ôଚ ଆତତାୟୀକୁ ନିୟନ୍ତ୍ରଣ କରିବାକୁ ପୂର୍ଣ୍ଣ ଚେଷ୍ଟା କରିଥିଲା ।

କିନ୍ତ୍‌ୁ ଆତତାୟୀ ନିଜକୁ ଆତ୍ମସମର୍ପଣ କରିବା ବଦଳରେ ପୁଲିସ୍ କର୍ମୀଙ୍କ ଉପରକୁ ଗୁଳିମାଡ଼ କରିବାରୁ ଜବାବରେ ପୁଲିସ୍ କର୍ମୀଙ୍କୁ ମଧ୍ୟ ତା’ ଉପରକୁ ଗୁଳିଚଳାଇବାକୁ ପଡିଥିଲା । ରିପୋର୍ଟ ଲେଖାହେବା ସୁଦ୍ଧା ସପିଂ ମଲ୍‌ରେ ଆତଙ୍କ ସୃଷ୍ଟି କରିଥିବା ଆତତାୟୀକୁ ସିଡ୍‌ନୀ ପୁଲିସ୍ ଗୁଳି କରି ହତ୍ୟା କରିସାରିଥିବା ଜଣାପଡିଛି । ପୁଲିସ୍ ପହଞ୍ôଚବା ପରେ ସୁରକ୍ଷିତ ଭାବେ ସପିଂ ମଲ୍‌ରେ ଫଶି ରହିଥିବା ସାଧାରଣ ଲୋକଙ୍କୁ ବାହାରକୁ ଆଣିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଆତତାୟୀଜଣକ ପ୍ରଥମେ ସପିଂ ମଲ୍‌ରେ ଥିବା ଦୋକାନୀମାନଙ୍କୁ ଛୁରୀ ଭୟ ଦେଖାଇ ଲୁଟିବାକୁ ଚେଷ୍ଟା କରିଥିଲା । ତେବେ କିଛି ଦୋକାନୀ ସାହସ କରି ତା’କୁ କାବୁ କରିବାକୁ ଉଦ୍ୟମ କରିବା ସମୟରେ ଆତତାୟୀଜଣକ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ହିଁ ୫ ଦୋକାନୀ ଟଳିପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking