36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ; ଏଥର ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍‌

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ; ଏଥର ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଣିଲେ ବଡ଼ ଭେଟି । ସବୁ ଆଶାୟୀ ଯାତ୍ରୀଙ୍କୁ ମିଳିବ ତୁରନ୍ତ ଟିକଟ । ଅର୍ଥାତ୍ ଯାତ୍ରୀଙ୍କୁ ଆଉ ୱେଟିଂରେ ରହିବାକୁ ପଡ଼ିବ ନାହିଁ । ନିର୍ଦ୍ବନ୍ଦ୍ବରେ ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହୋଇଯିବ । ଏଭଳି ସୁବିଧା ୫ ବର୍ଷ ମଧ୍ୟରେ ଉପଲବ୍ଧ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାସହ ଆହୁରି ଅଧିକ ସଂଖ୍ୟକ ରେଳ ଚଳାଚଳ କରାଯିବ ବୋଲି ମଧ୍ୟ କହିଛନ୍ତି ରେଳମନ୍ତ୍ରୀ । ଏହାଦ୍ବାରା ସମସ୍ତ ରେଳ ଯାତ୍ରୀ ଉପକୃତ ହେବେ ବୋଲି ଆଶା ରହିଛି ।

ଏନେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ୟାଣକାରୀ ଯୋଜନା ଆଣିଛନ୍ତି। ରେଳ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଧରଣ ରୂପାନ୍ତରଣ । ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହେବ । ଯାତ୍ରୀମାନଙ୍କୁ ଆଉ ପୂର୍ବରୁ ପରି ୱେଟିଂ ଲିଷ୍ଟରେ ରହିବାକୁ ପଡିବ ନାହିଁ । ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚି ପାରିବେ ଯାତ୍ରୀ । ସେ ଆହୁରି କହିଛନ୍ତି, ୨୦୧୪ରୁ ୨୦୨୪ ମଧ୍ୟରେ ୩୧ ହଜାର କିଲୋମିଟରର ନୂତନ ଟ୍ରାକ୍ ନିର୍ମାଣ ହୋଇଛି । ଯେଉଁଥିରୁ ୫ ହଜାର କିଲୋମିଟର ଇଲେଟ୍ରିଫାଏଡ ରହିଛି ।

ଗତ ୧୦ ବର୍ଷ ମଧ୍ୟରେ ୫୪ ହଜାର ନୂଆ କୋଚ୍ ଗଠିତ ହୋଇଛି । ସେହିପରି ଦେଶର ପ୍ରଥମ ବୁଲେଟ୍ ଟ୍ରେନ ୨୦୨୬ରେ ଗଡ଼ିବ ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ବୁଲେଟ୍ ଟ୍ରେନ ଅହମ୍ମଦାବାଦରୁ ମୁମ୍ବାଇ ଯାତ୍ରା କରିବ । ଏଥିପାଇଁ ୨୯୦ କିଲୋମିଟରରୁ ଅଧିକ କାମ ସରିଛି । ବର୍ତ୍ତମାନ ୧୨ଟି ଷ୍ଟେସନରେ ଦ୍ରୁତ ଗତିରେ କାମ ଚାଲିଛି । ୨୦୨୬ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ନେଇ ଲକ୍ଷ୍ୟ ରହିଛି । ୨୦୨୬ରେ ଅର୍ଥାତ୍ ଆଉ ୨ ବର୍ଷ ପରେ ଦେଶକୁ ମିଳିବ ପ୍ରଥମ ବୁଲେଟ୍ ଟ୍ରେନ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଦେଶରେ ପର୍ଯ୍ୟାୟକ୍ରମେ ନିର୍ବାଚନ ଜାରି ରହିଥିବାବେଳେ କେନ୍ଦ୍ରର ଏଭଳି ଘୋଷଣା ଅନେକ ଗୁରୁତ୍ବ ବହନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking