34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସିବିଆଇ ଟାର୍ଗେଟ୍‌ରେ ମେଘା ଇଞ୍ଜିନିୟରିଂ; ୩୧୫ କୋଟି ଦୁର୍ନୀତି ପ୍ରସଙ୍ଗ: ମାମଲା ରୁଜୁ କଲା ସିବିଆଇ

ସିବିଆଇ ଟାର୍ଗେଟ୍‌ରେ ମେଘା ଇଞ୍ଜିନିୟରିଂ; ୩୧୫ କୋଟି ଦୁର୍ନୀତି ପ୍ରସଙ୍ଗ: ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍ (ସିବିଆଇ) ପକ୍ଷରୁ ଆଜି ଦେଶର ୨ୟ ସର୍ବବୃହତ୍ ଇଲେକ୍ଟୋରାଲ୍ ବଣ୍ଡ୍ କ୍ରେତା ସାଜିଥିବା କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ବିରୋଧରେ ଏକ ୩୧୫ କୋଟି ଟଙ୍କାର ବ୍ୟାପକ ଦୁର୍ନୀତିଗତ ମାମଲା ରୁଜୁ କରାଯାଇଛି । ଏଥିରେ ମେକନ୍ କମ୍ପାନୀର ୨ ପଦାଧିକାରୀ ଏବଂ ୮ ଏନ୍‌ଆଇଏସ୍‌ପି ଓ ଏନ୍‌ଏମ୍‌ଡିସି ଅଧିକାରୀଙ୍କୁ ମଧ୍ୟ ଅନ୍ୟତମ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରିଛି ସିବିଆଇ । ଏମାନେ ସମସ୍ତେ ମିଳିତ ଭାବେ ୩୧୫ କୋଟି ଟଙ୍କାର ଦୁର୍ନୀତି କରିଥିବା ସିବିଆଇ ଦର୍ଶାଇଛି ।

ସିବିଆଇ ପକ୍ଷରୁ ଦାଖଲ ଏଫ୍‌ଆଇଆର୍ ଅନୁସାରେ, ମେକନ୍ କମ୍ପାନୀର ପଦାଧିକାରୀମାନଙ୍କ ବିରୋଧରେ ହାଇଦ୍ରାବାଦ୍ ସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏକ ୧୭୪ କୋଟି ଟଙ୍କାର ବିଲ୍‌କୁ କ୍ଲିଅର କରିବା ପାଇଁ ପ୍ରାୟ ୭୮ ଲକ୍ଷ ଟଙ୍କା ଲାଞ୍ଚ୍ ଗ୍ରହଣ କରାଯାଇଥିବାର ପ୍ରମାଣ ମିଳିଛି । ଜଗଦଲପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କରାଯାଇଥିବା କାମ ବାବଦକୁ ମେଘା ଇଞ୍ଜିନିୟରିଂ କର୍ତ୍ତୃପକ୍ଷ ୧୭୪ କୋଟି ଟଙ୍କାର ବିଲ୍ ମେକନ୍ କମ୍ପାନୀକୁ ଦେଇଥିଲେ । ପ୍ରକାଶ ଏହି ପ୍ରକଳ୍ପକୁ ସୁରୁଖୁରୁରେ ଶେଷ କରିଥିବା ଯୋଗୁ ମେଘା ଇଞ୍ଜିନିୟରିଂ କମ୍ପାନୀକୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ସିବିଆଇ ନିଜ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛି ଯେ, ଅଗଷ୍ଟ ୧୦, ୨୦୨୩ରେ ଏହି ଦୁର୍ନୀତି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପ୍ରାଥମିକ ତଦନ୍ତ ପାଇଁ ମଧ୍ୟ ପଞ୍ଜିକରଣ କରାଯାଇଥିଲା । ଏଥିରେ ୩୧୫ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଯାଇଥିଲା । ଜଗଦଲପୁର ଷ୍ଟିଲ୍ ପ୍ଲାଣ୍ଟରେ କୂପ ଖନନ, ପମ୍ପ୍ ହାଉସ୍ ନିର୍ମାଣ ଏବଂ କ୍ରସ କଣ୍ଟ୍ରି ପାଇପ୍ ଲାଇନ୍ ବିଛାଇବା ପାଇଁ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀକୁ କାମ ଦିଆଯାଇଥିଲା । ସିବିଆଇ ନିଜ ଏଫ୍‌ଆଇଆର୍‌ରେ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ଆଧାରରେ ଏନ୍‌ଆଇଏସ୍‌ପି ଏବଂ ଏନ୍‌ଏମ୍‌ଡିସିର ୮ ପଦାଧିକାରୀଙ୍କ ସହ ମେକନ୍ କମ୍ପାନୀର ୨ କର୍ତ୍ତୃପକ୍ଷଙ୍କ ନାମକୁ ମଧ୍ୟ ସାମିଲ କରିଛି । ସେହିପରି ମେଘା ଇଞ୍ଜିନିୟରିଂ କର୍ତ୍ତୃପକ୍ଷଙ୍କ ନାମକୁ ମଧ୍ୟ ସିବିଆଇ ଏଫ୍‌ଆଇଆର୍‌ରେ ସାମିଲ କରିଛି ।

ସୂଚନାଯୋଗ୍ୟ, ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କୀତ ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଏସ୍‌ବିଆଇ ପକ୍ଷରୁ ଦାଖଲ ହେବା ପରେ ଦେଶର ସର୍ବବୃହତ୍ ୨ୟ ଇଲେକ୍ଟୋରାଲ୍ ବଣ୍ଡ୍ କିଣିଥିବା କମ୍ପାନୀ ଭାବେ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚରର ନାମ ସାମ୍ନାକୁ ଆସିଥିଲା । ମେଘା ଇଞ୍ଜିନିୟରିଂ କମ୍ପାନୀ ପକ୍ଷରୁ ବିଜେପି ଓ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ସମେତ ଅନ୍ୟ କିଛି ରାଜନୈତିକ ଦଳଙ୍କୁ ମୋଟ୍ ୯୬୬ କୋଟି ଟଙ୍କାର ଚାନ୍ଦା ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଦିଆଯାଇଥିବା ଜଣାପଡିଥିଲା । ଏଥିମଧ୍ୟରୁ କେବଳ ବିଜେପିକୁ ୫୮୬ କୋଟି ଏବଂ କେସିଆରଙ୍କ ବିଆରଏସ୍ ଦଳକୁ ୧୯୫ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ଦେଇଛି କମ୍ପାନୀ । ଏତଦ୍‌ବ୍ୟତୀତ ଡିଏମ୍‌କେକୁ ୮୫ କୋଟି, ୱାଇଏସ୍‌ଆରସିପି ଦଳକୁ ୩୭ କୋଟି, ଟିଡିପିକୁ ୨୫ କୋଟି, କଂଗ୍ରେସକୁ ୧୭ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଛି କମ୍ପାନୀ । ସେହିପରି ଜେଡିଏସ୍‌, ଜନସେନା ଏବଂ ଜେଡିୟୁ ଭଳି ଦଳଙ୍କୁ ୫ କୋଟିରୁ ୧୦ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଛି ମେଘା ଇଞ୍ଜିନିୟରିଂ କମ୍ପାନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking