30.1 C
Bhubaneswar
Saturday, April 27, 2024
Homeଉତ୍ତରପ୍ରଦେଶ ରାଜନୀତିୟୁପି: ବିଜେପି ୨୫୯ରେ ଆଗୁଆ-ବହୁମତରେ ବିଜୟୀ ସମ୍ଭାବନା

ୟୁପି: ବିଜେପି ୨୫୯ରେ ଆଗୁଆ-ବହୁମତରେ ବିଜୟୀ ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଆଦି ୫ ରାଜ୍ୟରେ ବିଧାନସଭା ଭୋଟ୍ ଗଣତି ସକାଳ ୧୦ଟାରୁ ଆରମ୍ଭ ହୋଇଛି । ଜନାଦେଶକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଥିବା ବେଳେ ପ୍ରାର୍ଥୀମାନେ ଫଳାଫଳକୁ ଚାହିଁଛନ୍ତି । ତେବେ ଉତ୍ତର ପ୍ରଦେଶ ଦେଶର ସମସ୍ତ ରାଜନୈତିକ ଦଳ ପାଇଁ ଗୁରୁତ୍ୱ ବହନ କରୁଥିବା ବେଳେ ଏବେ ସେଠାରେ କିଏ ସରକାର ଗଢ଼ିବ ତାହାକୁ ନେଇ ବିଚାରବିମର୍ଷ ଲାଗି ରହିଛି । ତେବେ ଦିନ ୧୧ଟା ଗଣନା ସୁଦ୍ଧା ମୋଟ୍ ୪୦୩ ଆସନରୁ ବିଜେପିର ଲକ୍ଷ୍ୟ ୨୦୨ ଥିବା ବେଳେ ବହୁମତରେ ତଥା ୨୫୯ ସିଟ୍‌ରେ ଆଗୁଆ ରହିଛି । ସେହିପରି ସମାଜବାଦୀପାର୍ଟି ୧୨୮ରେ ଆଗୁଆ, ବିଏସ୍‌ପି ୭, କଂଗ୍ରେସ ୪ ଏବଂ ଅନ୍ୟଦଳଙ୍କୁ ୪ ସିଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking