29.1 C
Bhubaneswar
Monday, May 6, 2024
Homeଓଡିଶାସ୍ତ୍ରୀକୁ ହତ୍ୟା କରି ହାତ ଗୋଡ କାଟି ନଦୀକୁ ଫିଙ୍ଗି ଦେଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ହାତ ଗୋଡ କାଟି ନଦୀକୁ ଫିଙ୍ଗି ଦେଲା ସ୍ୱାମୀ

ବ୍ରହ୍ମପୁର: ନୃଶଂସ…ବର୍ବର…ଅମାନୁଷିକ । ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀକୁ କରିଦେଲା ଖଣ୍ଡ ଖଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ପରେ ଶରୀରରୁ ଖଣ୍ଡ ଖଣ୍ଡ କରି ଋଷିକୂଲ୍ୟା ନଦୀକୁ ଫୋପାଡି ଦେଲା ସ୍ୱାମୀ । ରାଗରେ ଜର୍ଜରିତ ହୋଇ ସ୍ତ୍ରୀର ଶରୀରରୁ ହାତ, ଗୋଡ଼, ଜଙ୍ଘ, ବେକକୁ ଅଲଗା କରି ଦେଇଥିଲା ପତ୍ନୀହନ୍ତା । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ବୁଲି ମୂଳି (୨୫ ବର୍ଷ) ।

ଏଭଳି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି (୩୦ ବର୍ଷ) ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଋଷିକୂଲ୍ୟା ନଦୀରୁ ମହିଳାଙ୍କ ମୃତଦେହ ଖୋଜୁଛନ୍ତି । ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ବୁଲି ଓ ନାରାୟଣ ବିବାହ କରିବାକୁ ସ୍ଥିର କଲେ । ପରିବାରର ସହମତି କ୍ରମେ ଗତ ତିନି ମାସ ତଳେ ଗାଁ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ବୁଲିଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିବାକୁ କଥା ଦେଇଥିଲେ ନାରାୟଣ । କିନ୍ତୁ ୭ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମରେ ସାଥି ହୋଇ ରହିବା ମୁସ୍କିଲ ହୋଇପଡିଲା । କିଛି ଦିନ ତଳେ ବୁଲି ତାଙ୍କ ବାପ ଘରକୁ ଆସିଥିଲେ ବୁଲିବାକୁ । ୨ରୁ ୩ ଦିନ ତଳେ ନାରାୟଣ ଶ୍ୱଶୁର ଘରକୁ ଯାଇ ଫେରିବା ବେଳେ ପତ୍ନୀ ବୁଲିଙ୍କୁ ସାଥୀରେ ନେଇ ଆସିଥିଲେ । ଏହାପରେ ଶାଶୁ ଘରେ ଘର କାମରେ ବ୍ୟସ୍ତ ହୋଇପଡ଼ିଥିଲେ ବୁଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking