36.1 C
Bhubaneswar
Tuesday, May 21, 2024
Homeଓଡିଶାଡକାୟତି ଉଦ୍ୟମ ପଣ୍ଡ କରି ୫ ଜଣଙ୍କୁ ଗିରଫ କଲା ପୁଲିସ

ଡକାୟତି ଉଦ୍ୟମ ପଣ୍ଡ କରି ୫ ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ବେଳେ ପଞ୍ଚ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଗିରଫ ହେଲେ କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳର ବିନୋଦ କୁମାର ବେହେରା(୩୧), ମଞ୍ଚେଶ୍ୱର ଥାନା ଅଞ୍ଚଳର ଶଙ୍କର ନାୟକ(୧୯), ରାଦୁ ଦାସ(୨୯), ବାବୁ ଦାସ(୨୦) ଏବଂ ଗୋବିନ୍ଦ ଦାସ(୨୪) । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୋତପଡା କେନାଲ ରୋଡ଼ରେ ଥିବ ଏକ ପରିତ୍ୟକ୍ତ ଘରେ ଉକ୍ତ ଅଭିଯୁକ୍ତମାନେ ଏକତ୍ରିତ ହୋଇ ଡକାୟତି ଯୋଜନା ପ୍ରସ୍ତୁତି କରୁଥିବା ମଞ୍ଚେଶ୍ୱର ପୁଲିସ ଖବର ପାଇଥିଲା । ଖବର ଆଧାରରେ ମଞ୍ଚେଶ୍ୱର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପୁଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳକୁ ଯାଇଥିଲେ । ପୁଲିସକୁ ଦେଖି ସେମାନେ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବା ସହ ସେମାନଙ୍କର ହେପାଜତରୁ ଡକାୟତି ନିମନ୍ତେ କିଛି ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିବା ସହ ସେମାନେ ମଞ୍ଚେଶ୍ୱର, ରସୁଲଗଡ ଓ ପଟିଆ ପାର୍ଶ୍ୱକୁ ଯିବା ଆସିବା କରୁଥିବା ପରିବହନ ଗାଡି ଓ ଯାତ୍ରୀମାନଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦର୍ଶାଇଥିଲେ । ଅଭିଯୁକ୍ତମାନଙ୍କର ପୂର୍ବ ଚରିତ ଅପରାଧିକା ଯାଞ୍ଚ ବେଳେ ସେମାନଙ୍କ ନାମରେ ପୂର୍ବରୁ ମଞ୍ଚେଶ୍ୱର ଓ ନୟାପଲ୍ଲୀ ଥାନାରେ ସମୁଦାୟ ୮ଟି ଚୋରି, ଲୁଟ ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି । ଏହି ଘଟଣାକୁ କେନ୍ଦ୍ର କରି ମଞ୍ଚେଶ୍ୱର ଥାନା ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking