29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଗାର୍ଲଫ୍ରେଣ୍ଡଙ୍କୁ ମାରି ଆଲମାରୀ ଭିତରେ ମୃତଦେହକୁ ରଖିଥିଲା ଲିଭ୍‌ଇନ୍ ପାର୍ଟନର; ଶେଷରେ କ’ଣ ହେଲା ଜାଣନ୍ତୁ....

ଗାର୍ଲଫ୍ରେଣ୍ଡଙ୍କୁ ମାରି ଆଲମାରୀ ଭିତରେ ମୃତଦେହକୁ ରଖିଥିଲା ଲିଭ୍‌ଇନ୍ ପାର୍ଟନର; ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ : ଗାର୍ଲଫ୍ରେଣ୍ଡଙ୍କୁ ନିର୍ମମ ଭାବେ ହତ୍ୟା କରି ଆଲମାରୀ ଭିତରେ ମୃତଦେହକୁ ରଖିଛି ଲିଭ୍‌ଇନ୍ ପାର୍ଟନର । ଏଭଳି କିଛି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି । ଦିଲ୍ଲୀ ଦ୍ୱାରକ ଜିଲ୍ଲରା ଡାବରୀ ଥାନା ଅଞ୍ଚଳ । ଏଠାକାର ଏକ ଫ୍ଲାଟରେ ରୁଖସାର ରାଜପୁତ ଓ ବିପଲ ଟେଲର ନାମକ ଦମ୍ପତି ପ୍ରାୟ ଦେଢ଼ ମାସ ହେଲ ଲିଭ୍‌ଇନ୍‌ରେ ରହୁଥିଲେ । ତେବେ ୨୬ ବର୍ଷୀୟ ରୁଖସାର ରାଜପୁତଙ୍କ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଏନେଇ ସେ ପୁଲିସକୁ ସୂଚନା ଦେଇଛନ୍ତି ।

ଝିଅର ଲିଭଇନ୍ ପାର୍ଟନର ବିପଲ ହିଁ ତାକୁ ହତ୍ୟା କରିଥିବା ବାପା ମୁସ୍ତକିନ୍ ପୁଲିସରେ କହିଛନ୍ତି । ପୁଲିସ କହିଛି ଯେ, ତାଙ୍କୁ ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ଫୋନ୍ କଲ୍ ଆସିଥିଲା । ଏଥିରେ ଝିଅକୁ ତାଙ୍କ ଲିଭ୍ ଇନ୍ ପାର୍ଟନର ହତ୍ୟା କରିଥିବା ନେଇ ବାପା ମୁସ୍ତକିନ୍ ଅଭିଯୋଗ କରିଥିଲେ । ଏହାରେ ପୁଲିସର ଏକ ଟିମ୍ ବିପଳ ଓ ରୁଖସାର ରହୁଥିବା ଫ୍ଲାଟରେ ପହଞ୍ଚି ଝାନଭିନ୍ କରିଥିଲା । ଏହି ସମୟରେ ଆଲମାରୀ ଭିତରୁ ରୁଖସାରଙ୍କ ମୃତଦେହ ମିଳିଛି । ପୁଲିସ ମୃତଦେହକୁ ଜବତ କରି ଡିଡିୟୁ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଫେରାର ଅଭିଯୁକ୍ତ ବିପଲକୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି । ଫ୍ଲାଟ ପରିସରେ ଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଇଛି । ବିପଲ ଗୁଜରାଟ ସୁରଟର ବାସିନ୍ଦା ବୋଲି ପୁଲିସ କହିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking