33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଅନ୍ତସତ୍ତ୍ୱାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ଼ ପୁରାଇ ନିର୍ଯାତନା

ଅନ୍ତସତ୍ତ୍ୱାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ଼ ପୁରାଇ ନିର୍ଯାତନା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ଅନ୍ତସତ୍ତ୍ୱା ମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହାରଡ଼ ପୁରାଇ ଦେଇଥିଲେ । ଏହି ଘଟଣାରେ ମହିଳା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତା ସ୍ୱାମୀ ସଭାସଦଙ୍କ କହିବାନୁସାରେ, ମୋ ସ୍ତ୍ରୀ ସନ୍ଧ୍ୟାରେ କାଠ ପାଇଁ ଘରପଛପଟକୁ ଯାଇଥିଲା । ଏହି ସମୟରେ ଦୁଇଚାରିଜଣ ଯୁବକ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଚାଲିଯାଇଥିଲେ ।

ଏହାପରେ ତା’ ସହିତ ଦୁଷ୍କର୍ମ କରିଥିଲେ । କେବଳ ଏତିକି ନୁହେଁ ତାର ଗୁପ୍ତାଙ୍ଗରେ ଲୁହ ରଡ଼ ପୁରାଇ ଦେଇଥିଲେ । ସ୍ତ୍ରୀର ଅବସ୍ଥା ଗୁରୁତର ହେବା ଦେଖି ଦୁଷ୍କର୍ମକାରୀମାନେ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ସକାଳେ ଗ୍ରାମର କିଛିଲୋକ ସ୍ତ୍ରୀକୁ ଦେଖି ମୋତେ ଖବର ଦେଇଥିଲେ । ମୁଁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ସ୍ତ୍ରୀ ଶରୀରରୁ ଅଧିକ ରକ୍ତସ୍ରାବ ହୋଇଯାଇଥିବାରୁ ତାର ଅବସ୍ଥା ସଙ୍କଟାପନ୍ନ ରହିଛି । ଡାକ୍ତର ଚିକିତ୍ସା ଜାରି ରଖିଛନ୍ତି ।’ ପୀଡ଼ିତା ସ୍ୱାମୀ ସଭ?ାସଦଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ବୟାନ ରେକର୍ଡ ପାଇଁ ପୀଡିତାଙ୍କ ସୁସ୍ଥ ହେବାକୁ ପୁଲିସ ଅପେକ୍ଷା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking