30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶବିଚ୍ ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ ସାଙ୍ଗକୁ ଚପଲ୍‌ରେ ମାଡ଼....

ବିଚ୍ ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ ସାଙ୍ଗକୁ ଚପଲ୍‌ରେ ମାଡ଼….

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ନାବାଳିକାଙ୍କୁ ଦୁର୍ବ୍ୟବହାର । ନାବାଳିକାଙ୍କୁ ଅସଦାଚରଣ କରିଛନ୍ତି ଜଣେ ନାବାଳକ । ତାଙ୍କୁ ଅସଦାଚରଣ ସହ ଚପଲରେ ମାଡ଼ ବି ମାରିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଆଗ୍ରା ସହରରୁ । ଯେଉଁଠି ଜଣେ ନାବାଳିକାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ନାବାଳକଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି । ଜଣେ ୧୫ ବର୍ଷୀୟ ବାଳକ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିଛି । ଏହା ସହ ତାଙ୍କୁ ଚପଲ୍‌ରେ ନିଜକୁ ମାରିବାକୁ ବାଧ୍ୟ କରିଥିବା ଅଭିଯୋଗ ବି ହୋଇଛି । ଏହାର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ହାତ ଧରିବା ସହ ଧମକାଉଛନ୍ତି । କେବଳ ସେତିକି ନୁହେଁ ବରଂ ତାଙ୍କୁ ନିଜ ଚପଲ୍ ମୁଣ୍ଡକୁ ୧୦ ଥର ମାରିବାକୁ ବି ବାଧ୍ୟ କରୁଛନ୍ତି ।

ପୀଡ଼ିତା ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ ଏବଂ ଅଭିଯୁକ୍ତକୁ ଦଣ୍‌ତ ଦେବା ପାଇଁ ପଞ୍ଚାୟତ ବସାଇଥିଲେ । ପଞ୍ଚାୟତରେ ନାବାଳିକା ଓ ତାଙ୍କ ପରିବାରକୁ ଭୁଲ ମାଗିବା ପାଇଁ ଅଭିଯୁକ୍ତକୁ କୁହାଯାଇଥିଲା । କିନ୍ତୁ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେବା ପାଇଁ କହିଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି । ୠଓଜ ରେ ଲେଖାଯାଇଛି ଯେ ଜଣେ ୧୫ ବର୍ଷୀୟ ନାବାଳକ ଏପ୍ରିଲ ୧୧ରେ ରାସ୍ତାରେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ପୀଡ଼ିତା ଓ ତାଙ୍କ ପରିବାର ନିକଟରେ ଏକ ଗେଷ୍ଟ ହାଉସ୍‌ରେ ରହୁଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି । ସୂଚନା ମୁତାବକ ନାବାଳିକା ଓ ତାଙ୍କ ପରିବାର ପଶ୍ଚିମବଙ୍ଗରୁ ଏଠାକୁ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଆଗ୍ରାର ଏକ ଗେଷ୍ଟ ହାଉସ୍‌ରେ ସେମାନେ ରହୁଥିବା ବେଳେ ଜଣେ ନାବାଳକ ଏହି କାଣ୍ଡ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking