29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକଅଁଳ ଶିଶୁକୁ ଖାଇବାକୁ ଦେଲାନି ନିର୍ଦ୍ଦୟ ବାପ; ଶେଷରେ....

କଅଁଳ ଶିଶୁକୁ ଖାଇବାକୁ ଦେଲାନି ନିର୍ଦ୍ଦୟ ବାପ; ଶେଷରେ….

କଅଁଳ ଶିଶୁକୁ ଖାଇବାକୁ ଦେଲାନି ନିର୍ଦ୍ଦୟ ବାପା । ଖାଦ୍ୟ ବଦଳରେ ଖରାରେ ଶୁଆଉ ଥିଲା । ଯାହାଫଳରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବାପାକୁ ୮ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ଜଣକ ଋଷର ଜଣେ ଇନଫ୍ଲୁଏନସର ହୋଇଥିବା ବେଳେ ସେ ଶାକାହାରୀ ଜୀବନଶୈଳୀ ଜୀଇବାକୁ ପସନ୍ଦ କରୁଥିଲେ । ତାଙ୍କର ବିଶ୍ୱାସ ଥିଲା ଖାଦ୍ୟ ନଦେଇ କେବଳ ସୂର୍ଯ୍ୟକିରଣ ଦେଲେ ପିଲାଟି ସୁସ୍ଥସବଳ ରହିବ । ଅଭିଯୁକ୍ତ ଜଣକ ମ୍ୟାକ୍ସିମ ଲ୍ୟୁଟି । କିଛିଦିନ ପୂର୍ବେ ମ୍ୟାକ୍ସିମ ଲ୍ୟୁଟି ଓ ଅକ୍ସାନା ମିରୋନୋଭାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା, ଯାହାର ନାଁ ଥିଲା କସମସ୍ । ପିଲାଟିର ଓଜନ କମ ଥିଲା । ବାପା ମ୍ୟାକ୍ସିମ ଲ୍ୟୁଟି ପିଲାଟିର ଯତ୍ନ ନେବା ପରିବର୍ତ୍ତେ ସନ ଡାଏଟକୁ ଅନୁସରଣ କରିଥିଲେ । ଖାଦ୍ୟ ଓ ପାନୀୟ ନଦେବା ଫଳରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା ।

ମାତ୍ର ନିର୍ଦ୍ଦୟ ବାପା ତାକୁ ଖରାରା ଶୁଆଇ ଚାଲିଥିଲେ । ଫଳରେ ଶିଶୁଟିର ପ୍ରାଣବାୟୁ ଉଡିଯାଇଥିଲା । ଏନେଇ ପତ୍ନୀକୁ ଦୋଷ ଦେଇଥିଲେ ଅଭିଯୁକ୍ତ । ମାତ୍ର ତଦନ୍ତ ପରେ ସବୁ ସତ ପଦାକୁ ଆସିଥିଲା । ଡେଲି ମେଲ ରିପୋର୍ଟ ଅନୁଯାୟୀ, ମିରୋନୋଭାଙ୍କୁ ଆଠବର୍ଷର ସଶ୍ରମ କାରାଦଣ୍ଡ ମିଳିଛି । ଶିଶୁଟିର ମୃତ୍ୟୁର କାରଣ “ନିମୋନିଆ ଏବଂ ଦୁର୍ବଳତା’ । ବ୍ଲଗର୍ ଜାଣିଶୁଣି ପିଲାଟିକୁ ସୂର୍ଯ୍ୟକିରଣରେ ରଖୁଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଛି । ଏକ ସୂତ୍ର ଅନୁଯାୟୀ, ସେ ନିଜ ପତ୍ନୀକୁ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ବାରଣ କରିଥିଲେ ।

ଶିଶୁଟି ଉପରେ ପରୀକ୍ଷା ନୀରିକ୍ଷା କରିବାକୁ, ତାକୁ ଖରାରେ ରଖୁଥିଲେ । ଅନ୍ୟମାନଙ୍କୁ ଏପରି କରିବା ପାଇଁ ପରାମର୍ଶ ଦେଉଥିବା ବ୍ରିଟିଶ ଖବରକାଗଜ ମିରର୍ ରିପୋର୍ଟ କରିଛି । ଅଦାଲତରେ ହାଜର ହେବା ସମୟରେ ଲ୍ୟୁଟି କହିଛନ୍ତି, “ମୁଁ ଜାଣିଥିଲି ଯେ ମୋ ପୁଅ ପ୍ରିମାଚ୍ୟୁଓର । ଏହା ସମ୍ପୂର୍ଣ୍ଣ ଅବହେଳା କାରଣରୁ ଘଟିଛି । ମାତ୍ର ମୋର ସେପରି କୌଣସି ଉଦ୍ଦେଶ୍ୟ ନଥିଲା । ମୁଁ ପୁଣି ଥରେ କହିବି ଯେ ମୋ ପୁଅକୁ ଭଲ ପାଉଥିଲି, ତାର ଯତ୍ନ ନେଉଥିଲି ।”ଏହି ସମୟରେ, ଅକ୍ସାନା ମିରୋନୋଭାଙ୍କ ମା’ ତାଙ୍କ ଜୀବନଶୈଳୀ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଛନ୍ତି, ମୁଁ ମୋ ଝିଅକୁ କହିଥିଲି ଯେ ମ୍ୟାକ୍ସିମ ପାଗଳ, କିନ୍ତୁ ସେ ମୋ କଥା ଶୁଣିଲା ନାହିଁ । ଅକ୍ସାନା ସେଠାରେ ଘୁଷୁରି ପରି ରହୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking