30.1 C
Bhubaneswar
Friday, May 3, 2024
Homeଓଡିଶାକଂଗ୍ରେସ ପକ୍ଷରୁ ଅଭିନବ ପାନ ଦୋକାନରେ ମାଗଣା ପାନ ବଂଟନ

କଂଗ୍ରେସ ପକ୍ଷରୁ ଅଭିନବ ପାନ ଦୋକାନରେ ମାଗଣା ପାନ ବଂଟନ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ବିଶାଳ ପାନ ଦୋକାନ ଖୋଲାଯାଇ ସେଠାରେ ପଦାଚାରୀ ଏବଂ ସାଧାରଣ ଲୋକଙ୍କୁ ପାନ ବଂଟନ କରାଯାଇଥିଲା । ଏହି ପାନ ଦୋକାନରେ ଚଇଇଘଘ ଉଲ୍ଲେଖ ହୋଇଥିଲା । ପି ଅର୍ଥ ପାଣ୍ଡିଆନ, ଏ ଅର୍ଥ ଅମିତ ଶାହା, ଏ ଅର୍ଥ ଅଶ୍ୱିନୀ ବୈଷ୍ଟବ, ଏନ ଅର୍ଥ ନରେନ୍ଦ୍ର ମୋଦି ଏବଂ ଏନ ଅର୍ଥ ନବୀନ ପଟ୍ଟନାୟକ । କେନ୍ଦ୍ରରରେ ଦୀର୍ଘ ୧୦ବର୍ଷ ଓ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଏମାନେ ଶାସନ କରିଛନ୍ତି । ଏପରିକି ରାଜ୍ୟରେ ବିଜେଡ଼ି ଓ ବିଜେପି ଦୁଇଦଳ ଏକାଠି ୯ବର୍ଷ ଶାସନ କରିଛନ୍ତି ।

ଏମାନଙ୍କର କୁଶାସନ ସମୟରେ ରାଜ୍ୟରେ ଯେଉଁ ମହାଦୁର୍ନୀତି ହୋଇଛି ତାହାର ଏକ ତାଲିକା ଏହି ପାନ ଦୋକାନରେ ଉଲ୍ଲେଖ ହୋଇଥିଲା । ସେହି ତାଲିକାରେ ୮ କୋଟି ଟଙ୍କାର କୃଷି ଋଣ ଦୁର୍ନୀତି, ୧୫ଶହ କୋଟି ଟଙ୍କାର ବିଜୁଳି ଦୁର୍ନୀତି, ୯୨୬୯.୫ କୋଟି ଟଙ୍କାର ଇଲୋକ୍ଟ୍ରୋରାଲ ବଣ୍ଡ ଦୁର୍ନୀତି, ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୪୦ ହଜାର କୋଟି ଟଙ୍କାର କୋଭିଡ ଦୁର୍ନୀତି, ୧୫ ହଜାର କୋଟି ଟଙ୍କାର ଚାରା ଦୁର୍ନୀତି, ୧ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି, ୫ ଶହ କୋଟି ଟଙ୍କାର ଚିଟ ଫଣ୍ଡ ଦୁର୍ନୀତି ଏବଂ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କଥା ଲେଖାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଥିଲେ ଯେ ଏହି ନିର୍ବାଚନ ମହାପର୍ବରେ ଓଡ଼ିଶାର ସାଧାରଣ ଜନତାଙ୍କୁ ବିଜେଡ଼ି ବିଜେପି ଦଳର ମହାଦୁର୍ନୀତିକୁ ମନେପକାଇ ଦେବାପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ । ନିର୍ବାଚନରେ ଏହି ଦୁର୍ନୀତିରୁ ଅର୍ଜ୍ଜିତ ଅର୍ଥ ଖର୍ଚ୍ଚ ହେବ । ସାଧାରଣ ଭୋଟରଙ୍କୁ ଅର୍ଥର ପ୍ରଲୋଭନ ଦେଇ ଭୋଟ ହାତେଇବା ପାଇଁ ଶାସକ ଦଳ ପକ୍ଷରୁ ଅପ ଚେଷ୍ଟା କରାଯାଉଛି । ସାଧାରଣ ଭୋଟର ମନେ ରଖିବା ଉଚିତ ଦୁର୍ନୀତିରେ ଉବୁଟୁବୁ ହୋଇ ହଜାର ହଜାର କୋଟି ଟଙ୍କାର ଅର୍ଥ ଲୁଟ କରି ଏହି ଦୁଇ ଦଳ ନିର୍ବାଚନ ଲଢ଼ନ୍ତି । ଯେଉଁ ଅର୍ଥକି ସାଧାରଣ ଜନତାଙ୍କର । ଗୋଟିଏ ପଟେ ଓଡ଼ିଶାକୁ ଲୁଟ କରି ଅନ୍ୟ ପଟେ ନିର୍ବାଚନରେ ଜିତିବା ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉଛି । ଏହି ଜନବିରୋଧି ଶାସକଙ୍କ ଅମଳରେ ସେମାନଙ୍କର ଦଳ ସମୃଦ୍ଧ ହୋଇଛି ମାତ୍ର ଓଡ଼ିଶା ରସାତଳଗାମୀ ହୋଇଛି । ଯେତିକି ଅର୍ଥ ହରିଲୁଟ ହୋଇଛି ସେତିକି ଅର୍ଥରେ ଓଡ଼ିଶାରେ ଦୃଷ୍ଟାନ୍ତମୂଳକ ବିକାଶ ହୋଇପାରିଥାନ୍ତା ।

ଏଣୁ ପରିବର୍ତନ ପାଇଁ ଓଡ଼ିଶାର ସାଧାରଣ ଜନତା ମାନସିକ ସ୍ତରରେ ପ୍ରସ୍ତୁତ ହେବାପାଇଁ ଡ. ଅଜୟ କୁମାର ଆହ୍ୱାନ ଦେଇଥିଲେ । ଦୁର୍ନୀତି ବିରୁଦ୍ଧରେ ଲଢ଼ିବାପାଇଁ ଏବଂ ମତଦାନ କରିବାପାଇଁ ଏହି ପାନ ଦୋକାନର ସଂଦେଶ ଥିଲା ବୋଲି ଡ. କୁମାର କହିଥିଲେ । ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ୟାସିର ନୱାଜ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ପ୍ରକାଶ ଜେନା, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ରଜନୀ ମହାନ୍ତି, ତରୁଣ ମିଶ୍ର, ଆଲୋକ ଲେଙ୍କା, ମିର୍ଜା ଇସଲାମ ବେଗ, ଗୋପନ ମାର୍ଥା, ସୁଦିପ ସାମଲ, ଲିଙ୍ଗରାଜ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପିଶ୍ରୀ ହରିଚନ୍ଦନ, ପ୍ରଦୀପ ମହାପାତ୍ର, ସଂଜୟ ତ୍ରିପାଠୀ, ସାଗର ପଟ୍ଟନାୟକ, ପ୍ରସନ୍ନ ନାୟକ, ରଣଜିତ ସେନାପତି, ବଟକୃଷ୍ଣ ରାଉତରାୟ, କାର୍ତିକେଶ୍ୱର କାଣ୍ଡି, ସ୍ୱାଗତ କର, ଶ୍ରୀ ମହାନ୍ତି, ଲିପିକା ପାତ୍ର, ମହମ୍ମଦ ପରଭେଜ, ଅମରେଶ ପରିଡ଼ା, ସୁରଜ ରାଉତ, ମାନସ ମହାନ୍ତି, ବିରଂଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking