29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶପାଣି ପାଇଁ ତୁମୁଳକାଣ୍ଡ; ଚାଲିଗଲା ୩୪ ବର୍ଷୀୟ ମହିଳାଙ୍କ ଜୀବନ

ପାଣି ପାଇଁ ତୁମୁଳକାଣ୍ଡ; ଚାଲିଗଲା ୩୪ ବର୍ଷୀୟ ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: ପାଣି ପାଇଁ ତୁମୁଳକାଣ୍ଡ । ଚାଲିଗଲା ୩୪ ବର୍ଷୀୟ ମହିଳାଙ୍କ ଜୀବନ । ପେଟରେ ଛୁରୀ ଭୁଶି ହତ୍ୟା କଲା ୧୫ ବର୍ଷୀୟ ନାବାଳିକା । ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଫର୍ସ ବଜାର ଅଞ୍ଚଳରେ ଘଟିଛି । କଲୋନୀର ସାଧାରଣ କଳରୁ ପାଣି ନେବାକୁ ନେଇ ତୁମୁଳକାଣ୍ଡ ଘଟିଛି । ଯେଉଁଠି ଜଣେ ମହିଳାଙ୍କୁ ନୃଶଂସ ଭାବେ ଛୁରୀ ଭୁଶି ହତ୍ୟା କରିଛି ଜଣେ ନାବାଳିକା । ଏପ୍ରିଲ ୧୨ରେ ଏହି ଘଟଣା ଘଟିଛି । ଦିଲ୍ଲୀ ପୋଲିସକୁ ମୃତକଙ୍କ ସ୍ୱାମୀ ସତବିର ଫୋନ୍‌? କରି ଘଟଣା ସମ୍ପର୍କରେ ଜଣାଇଥିଲେ ।

ତାଙ୍କ ପତ୍ନୀ ସୋନିଙ୍କୁ ଜଣେ ନାବାଳିକା ପେଟରେ ଛୁରୀ ଭୁଶିଦେଇଥିବା ସତବିର କହିଥିଲେ ଏବଂ ଏକ ଆମ୍ବୁଲାନ୍ସ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ । ପୋଲିସ ଟିମ୍ ଭିକାମ୍ ସିଂ କଲୋନିର୨ ନଂ ଗଳିକୁ ଯାଇ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ, ଘଟଣା ଦିନ ସୋନି ଓ ତାଙ୍କ ସ୍ୱାମୀ ସତବିରଙ୍କ ପଡ଼ୋଶୀ ମହିଳା ଓ ତାଙ୍କ ଝିଅ ସହ ପାଣି କଳକୁ ନେଇ ପାଟିଟୁଣ୍ଡ ହୋଇଥିଲା । ଝଗଡ଼ା ବେଳେ ସୋନି ଛୋଟ ଝିଅର ହାତ ରାଗରେ ମୋଡ଼ି ଦେଇଥିଲେ । ହାତ ବିନ୍ଧା କାରଣରୁ ନାବାଳିକା ଜଣକ ଏକ୍ସ-ରେ କରିବା ସହ ଡାକ୍ତରଙ୍କୁ ହାତ ଦେଖାଇଥିଲେ ।

ସେଠାରୁ ଫେରିବା ପରେ ମାଆ-ଝିଅଙ୍କ ସହ ସୋନିଙ୍କର ଆଉ ଥରେ ପାଟିଟୁଣ୍ଡ ଲାଗିଥିଲା । ଏହି ସମୟରେ ନାବାଳିକା ରାଗିଯାଇ ସୋନିଙ୍କ ବାମ ହାତ ଓ ପେଟରେ ଛୁରୀ ଭୁଶି ଦେଇଥିଲା । ଯାହା ଫଳରେ ସୋନିଙ୍କ ଜୀବନ ଚାଲିଯାଇଥିଲା । ପୋଲିସର କହିବାନୁଯାୟୀ କଲୋନୀର ପ୍ରଥମ ମହଲାରେ ୩ଟି ପରିବାର ରହୁଥିଲେ । ସେମାନଙ୍କ ବ୍ୟବହାର ପାଇଁ ଗୋଟିଏ କମନ୍‌(ସାଧାରଣ) ପାଇଖାନା ସାଙ୍ଗକୁ ସଫାସଫି ପାଇଁ ଏକ ଟ୍ୟାପ୍ ରହିଥିଲା । ସେହି ଟ୍ୟାପ୍‌ରେ ନାବାଳିକାଙ୍କ ମାଆ ଲୁଗା ସଫା କରୁଥିବା ବେଳେ ଟ୍ୟାପ୍ ତଳେ ଥିବା ଟବ୍‌କୁ ସୋନି ଘୁଞ୍ଚାଇ ତାଙ୍କ ବାସନ କୁଣ୍ଡ ରଖିଥିଲେ । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ପାଟିଟୁଣ୍ଡ ଲାଗିଥିଲା । ସାମାନ୍ୟ ପାଣି ପାଇଁ ଝଗଡ଼ା ଲାଗି ସୋନି ତାଙ୍କ ପ୍ରାଣ ହରାଇଲେ । ଏହାପୂର୍ବରୁ ଉଭୟଙ୍କ ମଧ୍ୟରେ ଏହି କାରଣରୁ ଝଗଡ଼ା ହୋଇଥିବା ନେଇ ପୋଲିସ ସୂଚନା ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking