38.8 C
Bhubaneswar
Friday, April 19, 2024
Homeଖେଳଜର୍ମାନୀ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍‌: ଭାରତୀୟ ମହିଳା ଦଳରେ ଦୁଇ ନୂଆ ମୁହଁ

ଜର୍ମାନୀ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍‌: ଭାରତୀୟ ମହିଳା ଦଳରେ ଦୁଇ ନୂଆ ମୁହଁ

ନୂଆଦିଲ୍ଲୀ : ଜର୍ମାନୀ ବିପକ୍ଷ ଆଗାମୀ ଏଫ୍‌ଆଇଏଚ୍ ପ୍ରୋ-ଲିଗ୍ ମ୍ୟାଚ୍ ପାଇଁ ବୁଧବାର ହକି ଇଣ୍ଡିଆ ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି । ଏହି ମ୍ୟାଚ୍ ଦୁଇଟି ମାର୍ଚ୍ଚ ୧୨ ଓ ୧୩ ତାରିଖରେ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ୍‌ରେ ଖେଳାଯିବ । ସବିତାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ସିନିୟର୍ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କାଙ୍କୁ ତାଙ୍କ ଡେପୁଟି ନିଯୁକ୍ତ କରାଯାଇଛି । ଦଳରେ ଦୁଇଜଣ ନୂଆ ଖେଳାଳି ମହାରାଷ୍ଟ୍ରର ଯୁବ ଡିଫେଣ୍ଡର୍ ଅକ୍ଷତା ଆବାସୋ ଢେକାଲେ ଏବଂ ହରିୟାଣା ଷ୍ଟ୍ରାଇକର୍ ଦୀପିକା ଜୁନିୟର୍‌ଙ୍କୁ ସାମିଲ କରାଯାଇଛି । ହକି ଇଣ୍ଡିଆ ନ୍ୟାସ୍‌ନାଲ୍ ଚାମ୍ପିଅନ୍‌ଶିପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନକୁ ଭିତ୍ତିକରି ସେମାନଙ୍କୁ ସିନିୟର୍ କୋର୍ ଗ୍ରୁପ୍‌ରେ ସାମିଲ କରାଯାଇଥିଲା । ସେହିପରି ଦୁଇବର୍ଷର ବ୍ୟବଧାନରେ ପରେ ସୋନିକାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଦୀପ୍ ଗ୍ରେସ୍‌ଙ୍କ ସମେତ ତିନିଜଣ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଅନ୍ୟ ଦୁଇ ଓଡ଼ିଆ ଖେଳାଳି ହେଲେ ନମିତା ଟେଟେ ଓ ମାରିଆନା କୁଜୁରୁ । ଏହି ଡବଲ୍ ହେଡର୍ ମ୍ୟାଚ୍ ପାଇଁ ଫରୱାର୍ଡ ନମିତା ଟପ୍ପୋ, ରଜନୀ ଇଟିମାର୍‌ପୁ ଏବଂ ଇଶିକା ଚୌଧୁରୀଙ୍କୁ ଷ୍ଟାଣ୍ଡ୍‌ବାଇ ଭାବେ ଦଳରେ ସାମିଲ କରାଯାଇଛି । ଦଳ ଚୟନ ସମ୍ପର୍କରେ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଜାନେକ୍ ଶପ୍‌ମ୍ୟାନ୍ କହିଛନ୍ତି, ଘରୋଇ ମାଟିରେ ବିଶ୍ୱର ଅନ୍ୟତମ ଶୀର୍ଷ ଦଳ ବିପକ୍ଷରେ ପଛକୁ ପଛୁ ପୁଣି ଦୁଇଟି ପ୍ରୋଲିଗ୍ ମ୍ୟାଚ୍ ଖେଳିବା ଆମ ପାଇଁ ଖୁସିର ମୁହୂର୍ତ୍ତ । କୌଶଳରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ଜର୍ମାନୀ ଦଳର ଡିଫେନ୍ସ ବହୁ ଶକ୍ତିଶାଳୀ ବୋଲି ଶପ୍‌ମ୍ୟାନ୍ କହିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଦଳ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ଏକ ଉନ୍ନତ ସମିଶ୍ରଣ ବୋଲି ସେ କହିଛନ୍ତି ।

ଭାରତୀୟ ମହିଳା ଦଳ: ଗୋଲ୍‌କିପର୍‌- ସବିତା (କ୍ୟାପ୍‌ଟେନ୍‌), ବିଜୁ ଦେବୀ ଖାରିବାମ୍‌; ଡିଫେଣ୍ଡର୍‌- ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ କୌର୍‌, ନିକ୍କି ପ୍ରଧାନ, ଉଦିତା, ଅକ୍ଷତା ଆବାସୋ ଢେକାଲେ; ମିଡ୍‌ଫିଲ୍ଡର୍‌: ନିଶା, ସଲିମା ଟେଟେ, ସୁଶୀଲା ଚାନୁ ପୁଖ୍ରାମ୍‌ବାମ୍‌, ଜ୍ୟୋତି, ମୋନିକା, ନେହା, ନଭଜୋତ୍ କୋର୍‌, ସୋନିକା; ଫରୱାର୍ଡ- ରାଜୱିନ୍ଦର କୌର୍‌, ଶର୍ମିଳା ଦେବୀ, ନଭନୀତ କୌର୍‌, ଲାଲ୍‌ରେମ୍‌ସିଆମି, ସଙ୍ଗୀତା କୁମାର, ମାରିଆନା କୁଜୁରୁ, ଦୀପିକା । ଷ୍ଟାଣ୍ଡବାଇ- ନମିତା ଟପ୍ପୋ, ରଜନୀ ଇଟିମାର୍‌ପୁ, ଇଶିକା ଚୌଧୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking