28.1 C
Bhubaneswar
Thursday, May 2, 2024
Homeଖେଳକ୍ରିକେଟ୍ ନିୟମରେ ବଡ଼ ପରିବର୍ତ୍ତନ

କ୍ରିକେଟ୍ ନିୟମରେ ବଡ଼ ପରିବର୍ତ୍ତନ

ଲଣ୍ଡନ:ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମ୍‌ସିସି) ବୁଧବାର ଅନ୍ତର୍ଜାତୀୟକ୍ରିକେଟ୍ ନିୟମରେ କେତେକ ସଂଶୋଧନ କରିଛି । ତେବେ ଏହି ସଂଶୋଧିତ ନିୟମ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ଅର୍ଥାତ୍ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ନିୟମ ବଦଳିଯିବ । ସଂଶୋଧିତ ନିୟମ ଅନୁସାରେ ଏମ୍‌ସିସି ବଲ୍‌କୁ ଚମକାଇବା ପାଇଁ ବ୍ୟବହାର କରାଯାଉଥିବା ସାଲିଭା (ଲାଳ)କୁ ବ୍ୟାନ୍ କରି ଦେଇଛି । ପୂର୍ବରୁ କୋଭିଡ୍‌-୧୯ କାରଣରୁ ଏହି ନିୟମକୁ ଲାଗି କରାଯାଇଥିଲା । ଖେଳାଳିମାନେ ବଲ୍‌ରେ ସାଲିଭା ଲଗାଇବା ପାଇଁ ସୁଗାର ପ୍ରଡକ୍ଟର ବ୍ୟବହାର କରୁଥିବାରୁ ଏହାକୁ ବ୍ୟାନ୍ କରାଯାଇଛି । ପୂର୍ବରୁ ବଲ୍‌କୁ ଚମକାଇବା ପାଇଁ ଖେଳାଳି ଝାଳ ବ୍ୟବହାର କରୁଥିଲେ ଏବଂ ଏହା ମଧ୍ୟ ସମାନ ଭାବେ ପ୍ରଭାବଶାଳୀ ଥିଲା । ନୂଆ ନିୟମ ଅନୁସାରେ ଏବେ ସାଲିଭା ବ୍ୟବହାରକୁ ବଲ୍‌ର ସ୍ଥିତି ପରିବର୍ତ୍ତନ ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ ଅନୁଚିତ ଉପାୟ ଭାବେ ଧରାଯିବ ।

ଏମ୍‌ସିସିର ନୂଆ ନିୟମ ଅନୁସାରେ ଆଉଟ୍ ହୋଇଥିବା କୌଣସି ଖେଳାଳି ଷ୍ଟ୍ରାଇକ୍ ବଦଳାଇଥିଲେ ମଧ୍ୟ ବ୍ୟାଟିଂ ପାଇଁ ଆସୁଥିବା ନୂଆ ଖେଳାଳି ଷ୍ଟ୍ରାଇକ୍ ନେବେ । ବର୍ତ୍ତମାନ ସୁଦ୍ଧା କ୍ୟାଚ୍ ଆଉଟ୍ ହେବା ପୂର୍ବରୁ ଯଦି ଶଟ୍ ଖେଳୁଥିବା ଖେଳାଳି ବୋଲିଂ ଏଣ୍ଡ୍‌ରେ ପହଞ୍ଚି ଯାଉଥିଲେ ଯେବେ ନୂଆ ବ୍ୟାଟ୍ସମ୍ୟାନ୍ ନନଷ୍ଟ୍ରାଇକ୍ ଏଣ୍ଟ୍‌ରେ ହିଁ ରହୁଥିଲେ । ଏବେ କୌଣସି ପ୍ରକାର ଆଉଟ୍ ହେଲେ ମଧ୍ୟ ନୂଆ ଖେଳାଳି ଷ୍ଟ୍ରାଇକ୍ ନେବେ । ଏମ୍‌ସିସିର ସୁପାରିସ୍ ଅନୁସାରେ ଇସିବି ଦ୍ୱାରା ଦ ହଣ୍ଡ୍ରେଡ୍‌ରେ ଏହାର ପ୍ରଥମ ଥର ଟ୍ରାଏଲ୍ ମଧ୍ୟ କରାଯାଇଥିଲା ।
ମଙ୍କଡିଙ୍ଗ୍‌କୁ ନେଇ ମଧ୍ୟ ଏମ୍‌ସିସି ବଡ଼ ପରିବର୍ତ୍ତନ କରିଛି । ପୂର୍ବରୁ ଏହାକୁ କ୍ରିକେଟ୍ ନିୟମ-୪୧ ଅନୁସାରେ ଖେଳ ଭାବନାର ବିପରୀତ ଭାବେ ଧରାଯାଉଥିଲା । ମାତ୍ର ଏବେ ଏହାକୁ ନିୟମ-୩୮ରେ ସାମିଲ କରାଯାଇଛି, ଅର୍ଥାତ୍ ରନ୍‌ଆଉଟ୍ ଭାବେ ରଖାଯାଇଛି ।

ଡେଡ୍ ବଲ୍ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମ୍ୟାଚ୍ ବେଳେ ପଡ଼ିଆରେ କୌଣସି ବ୍ୟକ୍ତି, ପଶୁ କିମ୍ବା ଅନ୍ୟ ବସ୍ତୁ ଦ୍ୱାରା କୌଣସି ଟିମ୍‌ର କ୍ଷତି ହେଲେ ତାକୁ ଡେଡ୍ ବଲ୍ ଭାବେ ଧରାଯିବ । କୌଣସି ପ୍ରଶଂସକ କିମ୍ବା କୁକୁର ମ୍ୟାଚ୍ ସମୟରେ ଅଚାନକ ପଡ଼ିଆ ମଧ୍ୟକୁ ପଶିଆସିବା ଫଳରେ ଖେଳ ଉପରେ ପ୍ରଭାବ ପଡ଼ିଲେ ଅମ୍ପାୟାର୍ କଲ୍ କରିବେ ଏବଂ ଡେଡ୍ ବଲ୍ ସଙ୍କେତ ଦେବେ । ସେହିପରେ ପଡ଼ିଆରେ କୌଣସି ଫିଲ୍ଡର୍ ତ୍ରୁଟିପୂର୍ଣ୍ଣ ମୁଭ୍‌ମେଣ୍ଟ୍ କଲେ, ବ୍ୟାଟିଂ କରୁଥିବା ଦଳକୁ ୫ ପେନାଲ୍ଟି ପଏଣ୍ଟ ଦିଆଯିବ । ପୂର୍ବରୁ ଏହି କ୍ଷେତ୍ରରେ ଡେଡ୍ ବଲ୍ ଘୋଷଣା କରାଯାଉଥିଲା ଏବଂ ବ୍ୟାଟର୍ ବଡ଼ ଶଟ୍ ମାରିଥିଲେ ମଧ୍ୟ ତାହା ରନ୍ ଭାବେ ଗଣାଯାଉ ନଥିଲା । ଏବେ ଏପରି ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking