26.1 C
Bhubaneswar
Wednesday, May 8, 2024
Homeଅପରାଧଅଶାନ୍ତ ଶ୍ରୀକ୍ଷେତ୍ର; କାଠ ଫାଳିଆ ଓ ଇଟା ଛେଚି ଜଣେ ମୃତ, ଜଣେ ଗୁରୁତର, ଅଭିଯୁକ୍ତ...

ଅଶାନ୍ତ ଶ୍ରୀକ୍ଷେତ୍ର; କାଠ ଫାଳିଆ ଓ ଇଟା ଛେଚି ଜଣେ ମୃତ, ଜଣେ ଗୁରୁତର, ଅଭିଯୁକ୍ତ ଗିରଫ

ପୁରୀ : ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଶ୍ରୀକ୍ଷେତ୍ର । ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି । ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛି । ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ ଦାସ । ସେହିପରି ଆହତ ହୋଇଥିବା ବାବା ଦୟାନିଧି ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକ ହେଲେ ବିଷ୍ଣୁ ଓରଫ ରବୀନ୍ଦ୍ର ଜେନା । ତେବେ ଆଶ୍ରମରେ ରହୁଥିବା ଅନ୍ୟ ସାଧୁ ମାନଙ୍କ ସୂଚନା ଅନୁଯାଇ, ଅଭିଯୁକ୍ତ ବିଷ୍ଣୁ ବାବା ଆଜି ଅପରାହ୍ନରେ ବାହାରୁ ନିଶା ଖାଇ ଆଶ୍ରମ ଆସିଥିଲା । ପରେ ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା ।

ଏବଂ ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ରକ୍ତମୁଖା ହୋଇପଡ଼ିଥିବା ଅଭିଯୁକ ବିଷ୍ଣୁ ଆଉ ଜଣେ ବାବାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଘଟଣା ବିଷୟରେ ଆଶ୍ରମର ଅନ୍ତେବାସୀ ମାନେ ବାସେଳି ସାହି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଏସ୍ପି, ଅତିରିକ୍ତ ଏସପି ଓ ସିଟି ଡିଏସପି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ବାସେଳିସାହି ଥାନା କେଶ ନମ୍ବର ୧୬୫/୨୩ ଅନୁଯାଇ ପୋଲିସ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ଥାନାରେ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking