31.1 C
Bhubaneswar
Sunday, May 19, 2024
Homeଅପରାଧନାବାଳିକାଙ୍କୁ ବଳତ୍କାର ମାମଲା; ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକାଙ୍କୁ ବଳତ୍କାର ମାମଲା; ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

 କଟକ: କଟକ ଜିଲ୍ଲାର କିଶନନଗର ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ଆସାମୀ ଟୁନିଆ ବେହେରା (୪୨)କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ୧୦ ହଜାର ଜରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜରିମାନା ନ ଦେଇ ପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଏଥିସହିତ କୋର୍ଟ ପୀଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ୧୯ ଜଣଙ୍କର ସାକ୍ଷୀ ଗ୍ରହଣ ଓ ୧୭ ଟି ପ୍ରାମାଣିକ ନଥିପତ୍ରକୁ ବିଚାରକୁ ନେଇ ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ଥ ମହମ୍ମଦପୁରରେ ୨୦୧୭ ମସିହା ମଇ ୨୪ ତାରିଖ ରାତି ୧୦ଟା ସମୟରେ ୧୫ ବର୍ଷୀୟା ନାବାଳିକା ଜଣକ ବାହାରକୁ ଶୌଚ ଯାଇଥିବାବେଳେ ଟୁନିଆ ତାକୁ ଭୟଭୀତ କରାଇ ବଳତ୍କାର କରିଥିଲା । ଏ ସମ୍ପର୍କରେ ପୀଡିତାର ପରିବାର ଜାଣିବା ପରେ ୨୦୧୭ ମସିହା ଜୁନ୍ ୧୨ ତାରିଖରେ କିଶନନଗର ଥାନାରେ ଏତଲା ଦେଇଥିଲୋ । ୨୦୧୮ ମସିହା ମାର୍ଚ୍ଚ ୨୬ ତାରିଖରେ ଅଭିଯୁକ୍ତ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା । କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋସ୍‌କୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking