35.1 C
Bhubaneswar
Sunday, May 19, 2024
Homeରାଜନୀତିଭୟରେ ଅପପ୍ରଚାର କରୁଛନ୍ତି ବିଜେଡି : ବୈଜୟନ୍ତ ପଣ୍ଡା

ଭୟରେ ଅପପ୍ରଚାର କରୁଛନ୍ତି ବିଜେଡି : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଛାର ପ୍ରସଙ୍ଗ ହେଉଛି । ଭୟରେ ଶାସକ ଦଳ ଏମିତି ଅପପ୍ରଚାର କରୁଥିବା କହିଲେ ବୈଜୟନ୍ତ । କୌଣସି କେନ୍ଦ୍ର ଯୋଜନା କେନ୍ଦ୍ର ସରକାର କେବେ ବନ୍ଦ କରିବେ ନାହିଁ । ଲୋକ ଜାଣିଗଲେଣି ଆବାସ , ରାସନ ସବୁ କେନ୍ଦ୍ର ସରକାର ଦଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟାମ୍ପ ମାରି ଛାଡୁଛନ୍ତି । ଲୋକ ସବୁ କିଛି ଜାଣିଗଲା ପରେ ଶାସକ ଦଳ ଭୟଭୀତ ହୋଇପଡିଛି । ପରାଜୟ ଭୟରେ ସେମାନେ ଏମିତି ଅପପ୍ରଛାର କରୁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ । ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ଯୋଜନା ବନ୍ଦ ହେବନି ବରଂ ବିଜେପି ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ । କେନ୍ଦ୍ରାପଡାରେ ବିଜେପି ବହୁମତ ପାଇବ କହିଲେ ବୈଜୟନ୍ତ ପଣ୍ଡା । ‘ସାରା ଓଡିଶାରେ ମୋଦି ଲହର ଚାଲିଛି, କେନ୍ଦ୍ରାପଡାରେ ପ୍ରବଳ ଚାଲିଛି ।’ ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି । ବିଜେପିର ଜିଲ୍ଲାପରିଷଦ ଅଧ୍ୟକ୍ଷା ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡାରେ ନିଶ୍ଚିତ ଜିତିବୁ ଏବଂ ମୋଦିଙ୍କ ୪ ଶହ ପାର୍ ଅଶଂବିଶେଷ ହେବୁ । ସମସ୍ତ ୭ ବିଧାନସଭାରେ ବହୁମତ ପାଇ ଓଡିଶା ସୁଶାସନରେ ସାମିଲ ହେବୁ । ପ୍ରଗତି ପଛରେ ପଡିଛି ଓଡିଶା , ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢିଛି । ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking