30.1 C
Bhubaneswar
Monday, May 20, 2024
Homeଓଡିଶାଗ୍ଲୋବାଲ୍ ଆଇଟି, ସେମିକଣ୍ଡକ୍ଟରରେ ଓଡ଼ିଶା ହେବ ହଟସ୍ପଟ୍

ଗ୍ଲୋବାଲ୍ ଆଇଟି, ସେମିକଣ୍ଡକ୍ଟରରେ ଓଡ଼ିଶା ହେବ ହଟସ୍ପଟ୍

ଭୁବନେଶ୍ୱର: ଗ୍ଲୋବାଲ୍ ଆଇଟି ଓ ସେମିକଣ୍ଡକ୍ଟରରେ ଓଡ଼ିଶା ହଟସ୍ପଟ୍ ହେବାକୁ ଯାଉଛି । କାରଣ ବହୁ ଆନ୍ତର୍ଜାତିକ ଖ୍ୟାାତି ସମ୍ପନ୍ନ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନୀ ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ କରିବାକୁ ସବୁଜ ସଂକେତ ଦେବା ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେରିକା ସିଲିକନ ଭ୍ୟାଲି ଓ ଅନ୍ୟ ସହର ଗସ୍ତରେ ଅଛନ୍ତି ଓଡ଼ିଶା ପ୍ରତିନିଧି ଦଳ । ଏଥିରେ ନେତୃତ୍ୱ ନେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ, ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ଆଇଟି ବିଭାଗର ମୁଖ୍ୟ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଟିମ୍‌ରେ ସାମିଲ ଅଛନ୍ତି । ପରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଓଡ଼ିଶା ଏବେ ନିବେଶ ପାଇଁ ବେଷ୍ଟ ଡେଷ୍ଟିନେସନ ।

ସରକାର ସିଙ୍ଗଲ୍ ୱିଣ୍ଡୋ ଜରିଆରେ ସବୁ ପ୍ରକାର ସହଯୋଗ କରୁଛନ୍ତି । ସେଥିପାଇଁ ଅନୁଷ୍ଠିତ ବୈଠକରେ ରାଜ୍ୟରେ ବ୍ୟାପକ ପୁଞ୍ଜି ନିବେଶ କରିବା ନିମନ୍ତେ ସିଲିକନ ଭ୍ୟାଲିର ପ୍ରାୟ ୫୦ରୁ ଅଧିକ ଆଇଟି କମ୍ପାନୀ ସହ ବିସ୍ତୃତ ଆଲୋଚନା କରିଛୁ । ସଂପୃକ୍ତ ସଂସ୍ଥାର ସିଇଓ ଓ ପ୍ରତିନିଧିଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ ବି କରିଛୁ । ସେମାନେ ସମ୍ମତି ଥିବା ଜଣାଇଛନ୍ତି । ଏହି ଆଲୋଚନାରେ ପ୍ରମୁଖ ଆଇଟି କମ୍ପାନୀଙ୍କ ଭିତରେ ଲିଡର୍ସ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍‌, ଇଣ୍ଟିଗ୍ରେନ୍‌, ସେଲାନୋ, ଇଫାବଲେସ୍ କର୍ପୋରେସନ୍ ଓ ବହୁ ଆଇଟି କମ୍ପାନୀ ଅନ୍ତର୍ଭୁକ୍ତ ଥିଲେ । ଆଲୋଚନାର ମୁଖ୍ୟ ଫୋକସ୍ ଥିଲା ଆଇଟି, ସେମିକଣ୍ଡକ୍ଟର ଡିଜାଇନ୍ ଓ ସ୍ୱୟଂଚାଳିତ, ଭିସି, ବୃତ୍ତିଗତ ସେବା, ଏଆଇ ଓ ଏମ୍‌ଏଲ୍ ଏବଂ ୫-ଜି ଭଳି ଅତ୍ୟାଧୁନିକ ସେବା ପ୍ରଦାନ । ଏସବୁ ହେଲେ ଓଡ଼ିଶା ଦେଶର ଆଇଟି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇଯିବ ।

 ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ବହୁ ସପ୍ଟୱେର ସର୍ଭିସ କମ୍ପାନୀ ସହ ମଧ୍ୟ ଓଡ଼ିଶା ପ୍ରତିନିଧି ଦଳ ପକ୍ଷରୁ ଆଲୋଚନା କରାଯାଇଛି । ସେମାନଙ୍କ ଭିତରେ କଗ୍ନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନ୍‌(ସିଏସ୍‌ଟି) ପ୍ରମୁଖ ରହିଛି । ତେବେ ରାଜ୍ୟରେ ଆମେରିକାର ଗ୍ଲୋବାଲ ଏଚ୍‌ଡିଆଇ-ପିସିବି ମ୍ୟାନୁଫ୍ୟାକ୍‌ଚରିଂ ଏକ ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି । ସାତ ବର୍ଷରେ କମ୍ପାନୀ ରାଜ୍ୟରେ ୪,୩୬୦ କୋଟି ଟଙ୍କା ବ୍ୟୟ କରିବ । ମୋଟ୍ ୩,୫୦୦ ଜଣ କର୍ମନିଯୁକ୍ତି ସୁଯୋଗ ପାଇବେ । ପ୍ରକଳ୍ପ ଯୋଗୁଁ ସେମିକଣ୍ଡକ୍ଟର ଇକୋ ସିଷ୍ଟମର ବିକାଶ ଘଟିବ । କମ୍ପାନୀର ସିଇଓ ପି ଆର୍ ପଟେଲ ଖୁବ୍‌ଶୀଘ୍ର ପ୍ରକଳ୍ପ ପାଇଁ ଓଡ଼ିଶା ଗସ୍ତ କରିବେ ବୋଲି ପ୍ରତିନିଧି ଦଳକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଇଣ୍ଟେଗ୍ରୀନ ସିଇଓ ସୁବ୍ରତ ମୁଖର୍ଜୀ, ସେଲିନୋର ସିଇଓ ରାଜୀବ ଶାହା, ଇ-ଫେବଲ୍ସ କମ୍ପାନୀର ସିଇଓ ମାଇକେଲ ୱିଜହାର୍ଟଙ୍କ ସହ ବି ବିସ୍ତୃତ ଆଲୋଚନା କରାଯାଇଛି । ପ୍ରାୟ ଅଧିକାଂଶ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ଗ୍ଲୋବାଲ୍ ଆଇଟି ଓ ସେମିକଣ୍ଡକ୍ଟରରେ ଓଡ଼ିଶା ହଟସ୍ପଟ୍ ହେବାକୁ ବେଶୀ ଡେରି ନୁହେଁ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking