27.1 C
Bhubaneswar
Wednesday, May 8, 2024
Homeଓଡିଶାହୋଇପାରିଲା ନାହିଁ ବନକଲାଗି ବିବାଦର ସମାଧାନ

ହୋଇପାରିଲା ନାହିଁ ବନକଲାଗି ବିବାଦର ସମାଧାନ

ପୁରୀ : ନୀତି ସବ୍ କମିଟି ବୈଠକରେ ବନକଲାଗି ବିବାଦର ସମାଧାନ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । କିନ୍ତୁ ଦତ୍ତ ମହାପାତ୍ର ସେବକମାନେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି ନୀତି କରିବାରୁ ସମ୍ମତି ଦେଇଛନ୍ତି । ଯଦିଓ ଏ ନେଇ ସେମାନେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହାନ୍ତି । ସେପଟେ ଅଗଷ୍ଟ ୧ ତାରିଖ ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ସମୟ ଗଡ଼ିଲା କିନ୍ତୁ ସମ୍ମତି ମିଳିଲା । ଆସନ୍ତା ସପ୍ତାହ ବୁଧବାର ହୋଇପାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି । ବୁଧବାର ବନକଲାଗି କରିବା ପାଇଁ ଦତ୍ତମହାପାତ୍ର ସେବାୟତ ରାଜି ହୋଇଥିବା ସୂଚନା ମିଳିଛି । ଯଦିଓ ବିଧିବଦ୍ଧ ଭାବେ ଏ ନେଇ କୌଣସି ଘୋଷଣା ହୋଇନାହିଁ, ତେବେ ନୀତି ସବ୍‌? କମିଟି ବୈଠକରେ ଏହାର ଆଭାସ ମିଳିଛି । ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ପାରିବାରୁ, ଅଗଷ୍ଟ ୧ ତାରିଖରେ ହେବାକୁ ଥିବା ପରିଚାଳନା କମିଟି ବୈଠକକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥି ସହ ନୀତି ସବ୍‌? କମିଟି ବୈଠକରେ ବନକଲାଗି ବାରକୁ ନେଇ ତର୍ଜମା କରାଯାଇଥିଲା, ବାମଦ୍ୱେ ସଂହିତା ଓ ରେକର୍ଡ୍ସ ଅଫ ରାଇଟ୍‌?ସର ତଥ୍ୟକୁ ଅନୁଧ୍ୟାନ କରାଯାଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ମହାପ୍ରଭୁଙ୍କ ପାଇଁ ପରିଚୟ ପାଇଛନ୍ତି ସେବାୟତ । ତେଣୁ ଠାକୁରଙ୍କ ନୀତି ନ କରିବା ସେବାୟତଙ୍କ ପକ୍ଷେ ଶୋଭନୀୟ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ତେବେ ନୀତି ସବ୍ କମିଟି ବୈଠକ ପରେ ଦତ୍ତମହାପାତ୍ର ସେବାୟତଙ୍କ ସ୍ୱର ନରମିଛି । ସେମାନେ କହିଛନ୍ତି, ବନକଲାଗି ବିବାଦକୁ ନେଇ ଆଉ କୌଣସି ବୈଠକ କରିବାର ଆବଶ୍ୟକତା ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଯେବେ ଚାହିଁବ ସେବେ ବନକଲାଗି ନୀତି କରିବାକୁ ପ୍ରସ୍ତୁତ ରହିଛୁ । ଆସନ୍ତା ବୁଧବାର ଠାକୁରଙ୍କ ନୀତି କରାଯିବା ନେଇ ନିଯୋଗ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ବିଜୟ ଦତ୍ତ ମହାପାତ୍ର । ଅନ୍ୟପଟେ ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking