30.1 C
Bhubaneswar
Monday, May 20, 2024
Homeଓଡିଶାପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ

ଦଶପଲ୍ଲା : ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମଠାରେ ଥିବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ନିକଟସ୍ଥ ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ୬ବର୍ଷର ଦୁଇ ବାଳକ ଅଙ୍ଗନବାଡ଼ି କେନ୍ଦ୍ର କୁ ପାଠ ପଢିବା ପାଇଁ ଯାଇଥିଲେ । ଏଣେ ବାଳକଙ୍କ ପିତା ବାହାରେ ରହୁଥିବା ବେଳେ ମା ବିଲକୁ ଧାନ ରୋଇବାକୁ ଯାଇଥିଲେ ।

ମୃତକ ଦୁଇ ନାବାଳକ ହେଲେ  ବାବୁ ନାୟକଙ୍କ ପୁଅ ରାକେଶ ନାୟକ ଓ ମହେଶ୍ୱର ନାୟକଙ୍କ ପୁଅ ରିତେଶ ନାୟକ । ଉଭୟଙ୍କ ମା ଏକ ଅଟୋ ରେ ଧରି ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମ୍ରୁତ ଘୋଷଣା କରିଥିଲେ । ନୂଆଗାଁ ପୋଲିସ ଆସି ଶବକୁ ଜବତ କରିବା ସହିତ ସବ ବ୍ୟବଛେଦ ପାଇଁ ପଠାଇଥିଲେ ଏବଂ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।  ଦୁଇ ନାବାଳକଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking