28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶସରକାରଙ୍କୁ ପୁଣି ଧୋକାଦେଲା ଟ୍ୱିଟର

ସରକାରଙ୍କୁ ପୁଣି ଧୋକାଦେଲା ଟ୍ୱିଟର

ନୂଆଦିଲ୍ଲୀ:  ନୂତନ ଆଇଟି ଆଇନ ପାଳନ କରିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମ ଟ୍ୱିଟର ପୁଣିଥରେ କେନ୍ଦ୍ର ସରକାରଙ୍କୁ ଧୋକା ଦେଇଥିବା ଜଣାପଡିଛି । ନୂତନ ନିୟମ ଅନୁଯାୟୀ ଭାରତରେ ବ୍ୟବସାୟ ଚଳାଇଥିବା ସମସ୍ତ ସାମାଜିକ ଗଣମାଧ୍ୟମ ପୃଥକ ବ୍ୟକ୍ତିଙ୍କୁ ରେସିଡେଣ୍ଟ ଗ୍ରିଭାନ୍ସ ଅଫିସର ଓ ଚିଫ୍ କମ୍ପ୍ଲାଏନ୍ସ ଅଫିସର ନିଯୁକ୍ତ କରିବା ଜରୁରୀ । ତେବେ ଟ୍ୱିଟର ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଉଭୟ ପଦରେ ନିଯୁକ୍ତି ଦିଆଯାଇଛି । ବିନୟ ପ୍ରକାଶ ନାମକ ବ୍ୟକ୍ତିଙ୍କ ଦ୍ୱାରା ଜୁଲାଇ ୧୩ରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ଜଣାପଡିଛି ।

ଟ୍ୱିଟର ପକ୍ଷରୁ ତାଙ୍କୁ ଦୁଇଟି ପଦରେ ନିଯୁକ୍ତ କରାଯାଇଛି ବୋଲି ବିନୟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ପୁନଶ୍ଚ ବିନୟ ଟ୍ୱିଟର କର୍ମଚାରୀ ହୋଇନଥିବାବେଳେ ତୃତୀୟ ପକ୍ଷ ଜରିଆରେ ଠିକାରେ କାର୍ଯ୍ୟ କରୁଥିବା ଜଣାପଡିଛି । ଟ୍ୱିଟର ପକ୍ଷରୁ ଜୁଲାଇ ୬ରେ ତାଙ୍କୁ ଗ୍ରିଭାନ୍ସ ଅଫିସର ଓ ଜୁଲାଇ ୭ରେ  କମ୍ପ୍ଲାଏନ୍ସ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା । ସୂଚନାଯୋଗ୍ୟ ପୃଥକ ଭାରତୀୟ ନାଗରିକଙ୍କୁ ଗ୍ରିଭାନ୍ସ, କମ୍ପ୍ଲାଏନ୍ସ ଓ ନୋଡାଲ ଅଫିସରଭାବେ ନିଯୁକ୍ତ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking