29.1 C
Bhubaneswar
Friday, May 10, 2024
Homeଦେଶ ବିଦେଶମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ କୁକି ଉଗ୍ରବାଦୀଙ୍କ ଆକ୍ରମଣ

ମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ କୁକି ଉଗ୍ରବାଦୀଙ୍କ ଆକ୍ରମଣ

ଇମ୍ଫାଲ: ପୁଣି ଅଶାନ୍ତ ହେଲା ମଣିପୁର । କିଛି ଦିନର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଉଗ୍ରବାଦୀମାନେ ନାରକୀୟ କାଣ୍ଡ ଘଟାଇଛନ୍ତି । ଶୁକ୍ରବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ବିଳମ୍ବିତ ରାତିରେ ନାରନସେନା ଅଞ୍ଚଳରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଥିବା ସୂଚନା ମିଳଛି । ମୃତ ଯବାନ ବିଷ୍ଣୁପୁର ଜିଲ୍ଲାର ନାରନସେନାରେ ମୁତୟନ ହୋଇଥିଲେ ।

ପୋଲିସର ସୂଚନା ମୁତାବକ, ଶୁକ୍ରବାର ମଧ୍ୟରାତି ପ୍ରାୟ ୨ଟା ୧୫ ସମୟରେ ଏହି ଆକ୍ରମଣ ହୋଇଛି । ନାରନସେନା ଅଞ୍ଚଳରେ ସିଆରପିଏଫ ୧୨୮ ବାଟାଲିୟନର ଯବାନ ମୁତୟନ ହୋଇଥିଲେ । ଏହି ସମୟରେ କୁକି ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ରାତି ୨ଟା ୧୫ ପର୍ଯ୍ୟନ୍ତ ଏହି ଆକ୍ରମଣ ଚାଲିଥିଲା । ଏଥିରେ ଦୁଇ ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଅଧିକ ସୂଚନା ହସ୍ତଗତ ହୋଇପାରିନି । ଶୁକ୍ରବାର ଆଉଟର ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା । ଏନେଇ ମଣିପୁରର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଝା କହିଛନ୍ତି ଯେ, ନିର୍ବାଚନରେ ସର୍ବାଧିକ ମତଦାନ ହୋଇଥିବା ବେଳେ ହିଂସା ମାମଲା କମ୍ ରହିଥିଲା । ମଣିପୁରରେ ୭୬.୧ ପ୍ରତିଶତ ମତଦାନ ହୋଇଛି । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ ବହୁ ସଂଖ୍ୟାରେ ଭୋଟର ମତଦାନ କରିଛନ୍ତି । ଆଉଟର ମଣିପୁର ଆସନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଛି । କେବେ ଗୋଟିଏ-ଦୁଇଟି ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।

କୌଣସି ବଡ ହିଂସାକାଣ୍ଡ ଘଟିବାର ସୂଚନା ନାହିଁ ।ହେଲେ ଏପ୍ରିଲ ୧୯ରେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଏକାଧିକ ହିଂସାକାଣ୍ଡ ଘଟିଥିଲା । ତେଣୁ ଗତ ୨୨ ତାରିଖରେ ୧୧ଟି ବୁଥରେ ସାନି ମତଦାନ ହୋଇଥିଲା । ସୂଚନାଯୋଗୃ, ଗତବର୍ଷ ମେ’ ୩ରୁ ମଣିପୁରରେ ହିଂସାର ସୂତ୍ରପାତ ହୋଇଥିଲା । ଚୁରଚାନ୍ଦପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚୀତ ଜନଜାତି ମାନ୍ୟତା ଦେବା ବିରୋଧରେ କୁକି ସମ୍ପ୍ରଦାୟ ଶୋଭାଯାତ୍ରା କରିଥିଲେ । ସେଇଠୁ ହିଁ ହିଂସା ସୃଷ୍ଟି ହୋଇଥିଲା । ସାରା ରାଜ୍ୟରେ ନିଆଁ ଭଳି ହିଂସା ବ୍ୟାପୀ ଯାଇଥିଲା । ଏଥିରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking