26.1 C
Bhubaneswar
Friday, May 10, 2024
Homeଓଡିଶାଓଡ଼ିଶା ସ୍ୱାଭିମାନ ଦିବସରେ ନ୍ୟାୟ ସମାବେଶକୁ ସମ୍ବୋଧନ କରିବେ ରାହୁଲ

ଓଡ଼ିଶା ସ୍ୱାଭିମାନ ଦିବସରେ ନ୍ୟାୟ ସମାବେଶକୁ ସମ୍ବୋଧନ କରିବେ ରାହୁଲ

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୬ ତମ ଜୟନ୍ତୀ ଅବସରରେ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାଲେପୁରର କୁଳିଆ ଠାରେ ଆୟୋଜିତ ନ୍ୟାୟ ସମାବେଶକୁ ସମ୍ବୋଧନ କରିବେ । ପୂର୍ବାହ୍ନ ୧୨.୩୦ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟ ଠାରେ ପହଂଚିବା ପରେ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ମଧୁବାବୁଙ୍କ ଜନ୍ମ ପୀଠ ସତ୍ୟଭାମା ପୁର ଠାରେ ପହଂଚି ମଧୁବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ କୁଳିଆ ଠାରେ ପହଂଚିବେ ଓ ସେଠାରେ ଉପସ୍ଥିତ ଥିବା ହଜାର ହଜାର କଂଗ୍ରେସ କର୍ମୀଙ୍କୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସଭାପରେ ଶ୍ରୀଯୁକ୍ତ ଗାନ୍ଧୀ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଏୟାରପୋର୍ଟରେ ପହଂଚି ଦିଲ୍ଲୀ ଅଭିମୂଖେ ଯାତ୍ରା କରିବେ ।

ଏହି ଅବସରରେ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ଭଟ୍ଟି ବିକ୍ରମାକା ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ମଧୁବାବୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ତାଙ୍କ ଜୟନ୍ତୀକୁ ରାଜ୍ୟବାସୀ ସ୍ୱାଭିମାନ ଦିବସ ରୂପେ ପାଳନ କରନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ପହଂଚିବା ଓ ମଧୁବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର କଥା । ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ବାବୁଙ୍କ ସରକାର ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ସଂପୂର୍ଣ୍ଣ ଭାବେ ଉଦାସିନ ରହିଛନ୍ତି ।

ନବୀନ ବାବୁଙ୍କ ଅଣଓଡ଼ିଆ ପ୍ରୀତି ସମସ୍ତ ସୀମା ସରହଦ ପାର କରିଛି । ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅହେତୁକ ଅନୁକମ୍ପା ଫଳରେ ଓଡ଼ିଆ ସ୍ୱାର୍ଥ ରକ୍ଷା ପରିବର୍ତେ ଅଣ ଓଡ଼ିଆ ଲୋକମାନେ ବିଶେଷ ଉପକୃତ ହେଉଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ଯେ ରାହୁଲ ଜୀ ଉତ୍କଳ ଗୌରବ ମଧୁସୁଦନଙ୍କ ନୀତି ଓ ଆଦର୍ଶ ମନେ ପକାଇବା ସହ ଏହି ସ୍ୱାଭିମାନ ଦିବସରେ ଓଡ଼ିଆ ଅସ୍ମିତାକୁ ଜାଗୃତ କରିବା ପାଇଁ ସେ ଓଡ଼ିଶା ଆସୁଛନ୍ତି । ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ଓ ଓବିସିଙ୍କ ସଂଖ୍ୟା ୯୫ ପ୍ରତିଶତ ହୋଇଥିବାବେଳେ ସେମାନେ କାହିଁକି ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେମାନଙ୍କର ହକ୍ ଓ ଅଧିକାର ସୁନିଶ୍ଚିତ କରିବା ପାଇଁ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି ବୋଲି ସେ କହିଛନ୍ତି ।

କଂଗ୍ରେସ ଯାହା କୁହେ ତାହା କରେ ନ୍ୟାୟରେ, ତେଲେଙ୍ଗାନାରେ ଦିଆଯାଇଥିବା ୬ଟି ଗ୍ୟାରେଂଟି ମଧ୍ୟରୁ ୫ଟି ଗ୍ୟାରେଂଟି ପୁରଣ ହୋଇଛି ଓ ଓଡ଼ିଶାରେ ଦିଆଯାଇଥିବା ପ୍ରତ୍ୟେକ ଗ୍ୟାରେଂଟିକୁ ପୁରଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ତଥା ଦେଶର ରାଜନୈତିକ, ସାମାଜିକ ଓ ଆର୍ଥିକ ଅବସ୍ଥାର ପରିବର୍ତନ ପାଇଁ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନିଶ୍ଚିତ ଭାବେ ଦିଶା ନିର୍ଦ୍ଦେଶ କରିବ ଓ ମଧୁବାବୁଙ୍କ ଜୟନ୍ତି ଓ ଜନ୍ମସ୍ଥାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ଡ. ଅଜୟ କୁମାର କହିଛନ୍ତି । ସାମ୍ବାଦିକଙ୍କ ଅନ୍ୟ ଏକ ପ୍ରଶ୍ନର ଉତର ଦେଇ ଡ. କୁମାର କହିଛନ୍ତି ଯେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ମହମ୍ମଦ ମୁକିମଙ୍କ ଝିଅ ସୋଫିୟା ଫିରଡସ୍‌ଙ୍କ ଏକମାତ୍ର ନାମ ସିଇସି କମିଟିକୁ ସୁପାରିଶ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କ୍ୟାମ୍ପେନ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଂଟିଆ, ଓଡ଼ିଶା ସହ ପ୍ରଭାରୀ ସାହାନାଜ ଚୌଧୁରୀ, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ହ. ବିଶ୍ୱରଞ୍ଜନ ମହାନ୍ତି, ଓଡ଼ିଶା ମେଡ଼ିଆ ପ୍ରଭାରୀ ବବିତା ଶର୍ମା ଓ ହାଜମଲ ଉଲ୍ଲା ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking