36.1 C
Bhubaneswar
Monday, May 20, 2024
Homeଅପରାଧସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ନିଆଳି: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଶାବଳ ସାହାଯ୍ୟରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ସ୍ତ୍ରୀକୁ ଆକ୍ରମଣ କରିଥିବା ଜଣାପଡ଼ିଛି । କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଲିଙ୍ଗି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଅଲିଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ମଲ୍ଲିକ ଗୁରୁବାର ବିଳମ୍ବିତ ରାତିରେ ସ୍ତ୍ରୀ କୁମୁଦିନୀଙ୍କୁ ଶାବଳରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ନିଜ ବାପାଙ୍କ ନାଁରେ ଥାନାରେ ପୁଅ ଅଭିଯୋଗ କରିଛନ୍ତି । କୁମୁଦିନୀଙ୍କ ବୟସ ୪୭ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ ଅଞ୍ଚଳରେ ମେଲଣ ହେଉଥିଲା । ଯାହାକୁ ଦେଖିବା ପାଇଁ କୁମୁଦିନୀଙ୍କ ଦୁଇ ପୁଅ ଏବଂ ଝିଅ ପଡ଼ୋଶୀଙ୍କ ଯାଇଥିଲେ । ସେହି ସମୟରେ ଘରେ କେବଳ କୁମୁଦିନୀ ଓ କୃଷ୍ଣଚନ୍ଦ୍ର ଥିଲେ । ପୂର୍ବରୁ କୃଷ୍ଣଚନ୍ଦ୍ର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆସୁଥିଲେ ବୋଲି ଜଣାପଡ଼ିଛି । ଏନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହିଥାଏ । ଏହାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ କୃଷ୍ଣଚନ୍ଦ୍ର ଏକ ଶାବଳ ସାହାଯ୍ୟରେ ଆକ୍ରମଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଆକ୍ରମଣରେ କୁମୁଦିନୀ ଗୁରୁତର ହେବା ପରେ ପଡୋଶୀ ଖବର ପାଇ ମେଡିକାଲ ନେଇଥିଲେ । ହେଲେ ମେଡିକାଲ ନେବା ବାଟରେ ହିଁ କୁମୁଦିନୀଙ୍କ ମୃତ୍ୟୁ ହୋଇଥିଲା । ପରେ ସେମାନଙ୍କ ପୁଅ ଝିଅ ଘରକୁ ଫେରି ପୁରା ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏନେଇ କୁମୁଦିନୀଙ୍କ ବଡ ପୁଅ ମିଲନ ମଲ୍ଲିକ ଗୋବିନ୍ଦପୁର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଖବର ପାଇବା ପରେ ପୋଲିସ ଅଲିଙ୍ଗ ଗ୍ରାମରେ ପହଞ୍ଚି ଘର ଭିତରେ ତନାଘନା କରିଛି । ଏହାସହ ହତ୍ୟାରେ ବ୍ୟବହୃତ ଶାବଳକୁ ମଧ୍ୟ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ପୋଲିସ ଅଟକ ରଖିଛି ଏବଂ ପଚରାଉଚରା ଜାରି ରଖିଛି । ଅନ୍ୟପଟେ କୁମୁଦିନୀଙ୍କ ମୃତଦେହ କଟକ ବଡ ମେଡ଼ିକାଲ ବ୍ୟବଚ୍ଛଦ ପାଇଁ ପଠାଯାଇଛି ।? ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ଜଣାପଡ଼ିବ । ତେବେ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking