29.1 C
Bhubaneswar
Friday, May 10, 2024
Homeଓଡିଶାଜୀବିତ ହେବା ଆଶାରେ ଦୁଇ ପୁଅଙ୍କ ମୃତଦେହକୁ ଲୁଣଗଦାରେ ପୋତିଲେ ବାପା ମା’

ଜୀବିତ ହେବା ଆଶାରେ ଦୁଇ ପୁଅଙ୍କ ମୃତଦେହକୁ ଲୁଣଗଦାରେ ପୋତିଲେ ବାପା ମା’

ହାବେରୀ : ଆଜିର ବିଜ୍ଞାନ ଯୁଗରେ ଏବେ ବି ସମାଜରେ ଅଛନ୍ତି ଅନ୍ଧବିଶ୍ୱାସରେ ପାଗଳ ଲୋକମାନେ । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକ ରାଜ୍ୟର ହାବେରୀ ଜିଲ୍ଲା ରେ । ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଭିଡିଓକୁ ବିଶ୍ୱାସ କରି ଲୁଣଗଦାରେ ପୋତିଛନ୍ତି ମୃତଦେହ । ମୃତ ଦେହ ପୁଣି ଜୀବିତ ହୋଇଯିବ ବୋଲି ବିଶ୍ୱାସ । ହାବେରୀ ଜିଲ୍ଲାର ଗଲାପୁଜି ଗାଁ ରେ ଗତ ରବିବାର ଦିନ ଦୁଇ ନାବାଳକ ହେମନ୍ତ (୧୨ ବର୍ଷ ) ଓ ନାଗରାଜ (୧୧ ବର୍ଷ ) ପୋଖରୀ ପାଣି ରେ ବୁଡି ଜୀବନ ହାରିଥିଲେ । କିଛି ମାସ ପୂର୍ବରୁ ଏକ ଗୁଜବ ସୃଷ୍ଟି କାରୀ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଶିଶୁ ମାନଙ୍କ ପାଣି ରେ ବୁଡି ଜୀବନ ଯାଇଛି ସେମାନଙ୍କ ମୃତ ଦେହକୁ ଲୁଣ ଗଦା ମଧ୍ୟରେ ୪ ରୁ ୫ ଘଣ୍ଟା ମଧ୍ୟରେ ରଖୁବା ଦ୍ୱାରା ପୁନଃ ଜୀବିତ ହୋଇଥାନ୍ତି । ଏହାକୁ ବିଶ୍ୱାସ କରି ସେମାନଙ୍କ ପିତା ମାତା ମାନେ ସେମାନଙ୍କ ମୃତ ଦେହ କୁ ୬ ଘଣ୍ଟା ଧରି ଲୁଣ ଗଦା ରେ ପୋତିଥିଲେ । ଶେଷରେ କୌଣସି ସୁଫଳ ନ ମିଳିବାରୁ କାଗିନେଲେ ପୋଲିସ ପରାମର୍ଶରେ ପିତାମାତା ଶବସତ୍କାର କରିଥିଲେ ।

ତେବେ କର୍ଣ୍ଣାଟକରେ ଏହି ଘଟଣା କୌଣସି ନୂଆ ନୁହଁ । ଗତ ସେପ୍େଟମ୍ବର ମାସରେ ବଲ୍ଲାରୀ ଜିଲ୍ଲାରେ ସିରାଭର ଗାଁରେ ଏକ ୧୦ ବର୍ଷ ର ବାଳକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଥିଲା । ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ମେସେଜ ରେ ବିଶ୍ୱାସ କରି ତାର ପିତା ମାତା ବିଶ୍ୱାସ କରିଥିଲେ ଯେଉଁ ଥିରେ କୌଣସି ବ୍ୟକ୍ତିଙ୍କ ମୃତ ଦେହକୁ ଲୁଣ ଗଦା ରେ ପୋତିବା ଦ୍ୱାରା ମୃତ ବ୍ୟକ୍ତି ପୁଣି ଜୀବନ ଫେରିପାଇବ । ପ୍ରଥମେ ସେମାନେ ମୃତଦେହ କୁ ୨ ଘଣ୍ଟା ଧରି ଲୁଣ ଗଦାରେ ପୋତି ଥିଲେ । କୌଣସି ସୁଫଳ ନ ମିଳିବାରୁ ପୁଣି ଥରେ ଆଉ ୪ ଘଣ୍ଟା ଧରି ମୃତ ଦେହ କୁ ପୋତି ଥିଲେ । ଶେଷରେ କିଛି ଉପାୟ ନପାଇ ସେମାନେ ମୃତ ଦେହର ସତ୍କାର କରିଥିଲେ । ଉକ୍ତ ନାବାଳକ ର ମୃତ ଦେହ ଲୁଣ ଗଦା ରେ ପୋତା ହେବାର ଫଟୋ ଗୁଡିକ ପରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking