30.1 C
Bhubaneswar
Monday, May 20, 2024
Homeଅପରାଧପ୍ରେମିକାକୁ ପାଇବା ପାଇଁ ସାନ ଭଉଣୀକୁ ଜୀବନରୁ ମାରିଦେବାକୁ ପଛାଇଲାନି ପ୍ରେମିକ

ପ୍ରେମିକାକୁ ପାଇବା ପାଇଁ ସାନ ଭଉଣୀକୁ ଜୀବନରୁ ମାରିଦେବାକୁ ପଛାଇଲାନି ପ୍ରେମିକ

ଭୁବନେଶ୍ୱର: ପ୍ରେମିକାକୁ ପାଇବା ପାଇଁ ହତ୍ୟା ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ । ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତ ପ୍ରେମିକର କଳା କାରନାମାର ହତ୍ୟା ଉଦ୍ୟମ ସମୟର ଭିଡିଓ । ଅଭିଯୁକ୍ତ ଅକ୍ଷୟ ବେହେରା ଡ୍ରାଇଭର ଭାବେ କାମ କରୁଥିବାବେଳେ ସେ ପଟିଆ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲା ଅକ୍ଷୟ । ଆଉ ଏହାକୁ ବିରୋଧ କରିଆସୁଥିଲା ମହିଳାଙ୍କ ସାନ ଭଉଣୀ । ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗାଡି ଧକ୍କା କରି ହତ୍ୟା ଉଦ୍ୟମବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମହିଳା ଜଣକ ଅକ୍ଷୟର ଘର ପାଖରେ ରହୁଥିଲେ । ଅକ୍ଷୟ ମହିଳାଙ୍କୁ ପ୍ରେମ ନିବେଦନ କରିବା ପରେ ମହିଳା ଜଣଙ୍କ ମନା କରିବାରୁ ସେ ବାରମ୍ବାର ବାଧ୍ୟ କରିଆସୁଥିଲା । ଏପରିକି ମହିଳାଙ୍କୁ ପାଇବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିଥିଲା ।

ଏନେଇ ମହିଳା ଜଣଙ୍କ ନିଜ ସାନ ଭଉଣୀକୁ ସବୁ କଥା ଜଣାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଅକ୍ଷୟକୁ ବାରଣ କରିଆସୁଥିଲେ ମହିଳାଙ୍କ ସାନ ଭଉଣୀ । ଯାହାକୁ ନାପସନ୍ଦ କରୁଥିଲା ଅକ୍ଷୟ । ଗତ ୩ ତାରିଖରେ ମହିଳା ଜଣଙ୍କ ନିଜର ସ୍କୁଟି ଯୋଗେ ନିଜ କାମ ସାରି ଘରକୁ ଫେରୁଥିବାବେଳେ ପଟିଆ-ସିପିଇଟି ରାସ୍ତାରେ ଅଭିଯୁକ୍ତ ଜଣକ ନିଜେ ଚଳାଉଥିବା ପିକଅପ୍ ଭ୍ୟାନକୁ ଦ୍ରୁତ ଗତିରେ ଚଳାଇ ଆଣି ସ୍କୁଟିକୁ ପଛପାଖରୁ ଖୁବ ଜୋର ଧକ୍କା ଦେଇଥିଲା । ମହିଳା ଜଣଙ୍କ ସ୍କୁଟି ସହ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଅକ୍ଷୟ ନିଜ ଗାଡିରେ ୫୦୦ ମିଟର ପର୍ଯ୍ୟନ୍ତ ପ୍ରେମିକାର ସାନ ଭଉଣୀକୁ ଘୋଷାଡି ନେଇଥିଲା । ସ୍ଥାନୀୟ ଲୋକ ଏଭଳି ଭୟଙ୍କର ଦୃଶ୍ୟ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ପୀଡ଼ିତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଏହି ଦୁର୍ଘଟଣାରେ ପୀଡିତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିବାବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଏନେଇ ଅଭିଯୋଗ ପରେ ଇନଫୋସିଟି ଥାନା ପୋଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଅକ୍ଷୟ ବେହେରାଙ୍କୁ ଗିରଫ କରିଥିଲା । ଅକ୍ଷୟକୁ କୋର୍ଟ ଚାଲାଣ କରିଛି ପୋଲିସ । ସେ ଏବେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking