30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପ୍ରେମ ଆଗରେ ରକ୍ତସମ୍ପର୍କ ତୁଚ୍ଛ; ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ

ପ୍ରେମ ଆଗରେ ରକ୍ତସମ୍ପର୍କ ତୁଚ୍ଛ; ସୁପାରୀ ଦେଇ ଭାଇକୁ ହତ୍ୟା କଲା ଭଉଣୀ

ମୁମ୍ବାଇ: ଭଉଣୀଟିଏ ଭାଇର ଦୀର୍ଘାୟୁ କାମନା କରି ଅନେକ ଉପବାସ ଓ ବ୍ରତ କରିଥାଏ । ମାଆ ପରେ ପରେ ଯଦି କିଏ ବେଶୀ ସ୍ନେହ କରୁଥାଏ ସେ ହେଉଛି ଭଉଣୀ । କୁହାଯାଏ ଭାଇ-ଭଉଣୀର ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । ହେଲେ ସହି ସମ୍ପର୍କକୁ ତୁଚ୍ଛ କରି ସୁପାରୀ ଦେଇ ନିଜ ଭାଇକୁ ହତ୍ୟା କରିଛି ଭଉଣୀ । ଏଭଳି ଏକ ଛାତି ଥରାଇଦେବା ଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ । ସେହିପରି ମହାରାଷ୍ଟ୍ର ଟିମକି ଅଞ୍ଚଳରେ ମଧ୍ୟ ଜଣେ ବଡ଼ ଭାଇ ତାର ସାନ ଭାଇକୁ ଛୁରୀ ଭୁସି ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମହାରାଷ୍ଟ୍ର ନାଗପୁର ହୁଦକେଶ୍ୱର ଅଞ୍ଚଳର ରଜତ କୈଳାଶ ଭୋକେ ତାଙ୍କ ମାଆ ସହ ରହୁଥିବା ବେଳେ ଭଉଣୀ (ଆଭା କୈଳାସ ଭୋକେ)ଙ୍କ ଛାଡପତ୍ର ପରେ ସେ ମଧ୍ୟ ବାପଘରେ ଆସି ରହୁଥିଲେ ।

ଏହାରି ଭିତରେ ତଣ୍ଡାପେଠରେ ରହୁଥିବା ଅତୁଲ ଭମୋଡେଙ୍କ ସହ ଆଭାର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ସେପଟେ କୈଳାଶ ଭଉଣୀର ପ୍ରେମ ବ୍ୟାପାର ବିଷୟରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଆଭାକୁ ବିରୋଧ କରିବା ସହ ମାରପିଟ ମଧ୍ୟ କରୁଥିଲେ । ଏନେଇ ଆଭା ରାଗିଯାଇ ନିଜ ଭାଇକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରୁଥିଲା । ସେପଟେ ଆଭାର ପ୍ରେମ ସମ୍ପର୍କରେ କଣ୍ଟା ସାଜିଥିବା ଭାଇ ରଜତକୁ ରାସ୍ତାରୁ ସଫା କରିବା ପାଇଁ ପ୍ରେମିକ ଅତୁଲକୁ କହିଥିଲା । ଯାହାକୁ ନେଇ ଆଭା, ଅତୁଲ ଓ ଅତୁଲର ସାଙ୍ଗ ପପୁ ରାମଲାଲ ରଜତକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପୂର୍ବ ଯୋଜନା ମୁତାବକ ଅତୁଲ ଓ ପପୁ ମଦ୍ୟପାନ କରିବା ପାଇଁ ରଜତକୁ ଡାକି ନେଇଥିଲେ । ପରେ ଉଭୟ ରଜତକୁ ହତ୍ୟା କରି ମୃତଦେହକୁ ଏକ ହ୍ରଦ ଭିତରକୁ ଫିଙ୍ଗି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking