27.1 C
Bhubaneswar
Friday, May 10, 2024
Homeଓଡିଶାବଜ୍ରାଘାତରେ ମାଆ-ପୁଅଙ୍କ ମୃତ୍ୟୁ

ବଜ୍ରାଘାତରେ ମାଆ-ପୁଅଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ବଜ୍ରାଘାତରେ ମାଆପୁଅଙ୍କ ମୃତ୍ୟୁ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଜହ୍ନିମୂଳ ଗାଁରେ ଘଟିଛି। ବିଲରେ ମୁଗ ଉପାଡୁ ଥିବାବେଳେ ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆଜି ଦିନସାରା ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଗରମ ସତ୍ତ୍ୱେ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ ଡେରାବିଶ ବ୍ଲକ ଜହ୍ନିମୂଳ ଗାଁର ଶଶିରେଖା ବାରିକ ଓ ତାଙ୍କ ପୁଅ ରବୀନ୍ଦ୍ର। ମୁଗ ଉପାଡୁଥିବା ବେଳେ ଅପରାହ୍ନ ପ୍ରାୟ ୫ଟାରେ ହଠାତ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷିବା ସହିତ ପ୍ରବଳ ଘଡ଼ଘଡ଼ି ମାରିଥିଲା। ଆଉ ସେହି ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking