23.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶରାଜକୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ସାମ୍ରାଜ୍ୟ : ଅଭିନେତ୍ରୀ, ପ୍ରଯୋଜକଙ୍କ ବିରୋଧରେ ସାନି ମାମଲା

ରାଜକୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ସାମ୍ରାଜ୍ୟ : ଅଭିନେତ୍ରୀ, ପ୍ରଯୋଜକଙ୍କ ବିରୋଧରେ ସାନି ମାମଲା

ମୁମ୍ବାଇ: ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଚଳଚ୍ଚିତ୍ରର ପ୍ରଯୋଜକ ରୋମା ଖାନ୍ ଓ ଅଭିନେତ୍ରୀ ଗେହେନା ବଶିଷ୍ଠଙ୍କ ବିରୋଧରେ ସାନି ମାମଲା ରୁଜୁ କରାଯାଇଛି । କୁନ୍ଦ୍ରାଙ୍କ ହଟ୍‌ସଟ୍‌ସ ଆପ୍‌ରେ ବଳପୂର୍ବକ ଅଭିନୟ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଜଣେ ଯୁବତୀ ପୁଲିସ ନିକଟରେ ଅଭିଯୋଗ କରିବାପରେ ମାଲୱାନି ଥାନାରେ ସାନି ମାମଲା ଦାଏର କରାଯାଇଛି । ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୨୦, ୩୯୨, ୩୯୩ ସମେତ ମହିଳାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ନିରୋଧ ଆଇନ ଓ ଆଇଟି ଆଇନର ବିଭିନ୍ନ ଧାରାରେ ଏହି ମାମଲା ରୁଜୁ କରାଯାଇଥିବା କୁହାଯାଇଛି । ପୁଲିସ ଚଳିତବର୍ଷ ଫେବୃଆରୀରେ ଗେହେନାଙ୍କୁ ଗିରଫ କରିଥିବାବେଳେ ପରବର୍ତ୍ତୀ ସମୟେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ପୁଲିସ ଜୁଲାଇ ୧୯ରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ।

ମଙ୍ଗଳବାର ଅଦାଲତ ତାଙ୍କର ହାଜତ ମିଆଦ ୧୪ ଦିନ ବୃଦ୍ଧି କରିଥିବାବେଳେ ତାଙ୍କୁ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ରଖାଯାଇଛି । ପୁଲିସ ଇତିମଧ୍ୟରେ କୁନ୍ଦ୍ରାଙ୍କ ଅଭିନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଦୀର୍ଘ ସମୟ ଜେରା କରିଥିଲେ ସୁଦ୍ଧା ପର୍ଣ୍ଣ କାରବାରରେ ତାଙ୍କର ସଂପୃକ୍ତି ନେଇ କୌଣସି ପ୍ରମାଣ ପାଇନଥିବା ସ୍ୱୀକାର କରିଛି । ତେବେ ଜେରା ସମୟରେ ଶିଳ୍ପା ତାଙ୍କ ସ୍ୱାମୀଙ୍କୁ ଅପବାଦରୁ ବଞ୍ଚାଇବାକୁ ପର୍ଣ୍ଣ ଓ ଏରୋଟିକା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ପୁଲିସକୁ ବୁଝାଇଥିଲେ । କୁନ୍ଦ୍ରା ପର୍ଣ୍ଣ ନୁହେଁ, ଏରୋଟିକା ଫିଲ୍ମ ନିର୍ମାଣ କରୁଥିଲେ ବୋଲି ଶିଳ୍ପା ସଫେଇ ଦେଇଛନ୍ତି ।

ଇତିମଧ୍ୟରେ କୁନ୍ଦ୍ରାଙ୍କର ୭.୫ କୋଟିର ବ୍ୟାଙ୍କ ଆକାଉଣ୍ଟ ସିଲ୍ କରାଯାଇଥିବାବେଳେ କାନପୁର ଷ୍ଟେଟ୍ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟକୁ ମଧ୍ୟ ଜବତ କରାଯାଇଛି । ଇତିମଧ୍ୟରେ ତିନିଜଣ ଯୁବତୀ ବିଭିନ୍ନ ଥାନାରେ କୁନ୍ଦ୍ରା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦାଏର କରିଥିବାବେଳେ ପୁଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି । ଏହି ମାମଲାରେ ପ୍ରଯୋଜକ ରୋମା ଖାନ୍‌, ତାଙ୍କର ସ୍ୱାମୀ, ଗେହେନା ବଶିଷ୍ଠ, ନିର୍ଦ୍ଦେଶକ ତନ୍‌ବୀର ହାସ୍‌ମି ଓ ଉମେଶ କାମଥ୍‌ଙ୍କ ସମେତ ମୋଟ ୧୧ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking