28.1 C
Bhubaneswar
Saturday, April 27, 2024
Homeଓଡିଶାପରିବହନ ମନ୍ତ୍ରୀ-ଘରୋଇ ବସ୍ ମାଲିକ ସଂଘ ଆଲୋଚନା: ଘୁଞ୍ଜିପାରେ ଧର୍ମଘଟ

ପରିବହନ ମନ୍ତ୍ରୀ-ଘରୋଇ ବସ୍ ମାଲିକ ସଂଘ ଆଲୋଚନା: ଘୁଞ୍ଜିପାରେ ଧର୍ମଘଟ

ଭୁବନେଶ୍ୱର: ଜୁଲାଇ ୧ ତାରିଖରୁ ଘରୋଇ ବସ୍ ଧର୍ମଘଟ ନେଇ ରବିବାର ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ହୋଇଛି । ୧୦ ଦଫା ଦାବି ସମ୍ପର୍କରେ ସଂଘ ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ବିଦେଶ ଗସ୍ତରେ ଥିବା ବେଳେ ଆଗକୁ ପବିତ୍ର ଘୋଷଯାତ୍ରା ଆସୁଛି । ତେଣୁ ପୁଣି ଥରେ ଆଲୋଚନା କରାଯାଇ ଦାବି ସମ୍ପର୍କରେ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାବ୍ୟତୀତ ଧର୍ମଘଟ ନକରିବା ପାଇଁ ଅନୁରୋଧ କରିବା ସହ ବାହୁଡା଼ ପର୍ଯ୍ୟନ୍ତ ସମୟ ମଗାଯାଇଥିବା ଜଣାପଡ଼ିଛି । ତା’ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅପରପକ୍ଷେ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ସଂଘର କାର୍ଯ୍ୟକାରିଣୀ ବୈଠକ ବସିବ । ଏହି ବୈଠକରେ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଘରୋଇ ବସ୍ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, ବିଭିନ୍ନ କାରଣରୁ ଘରୋଇ ବସ୍‌ର ମାଲିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର ଯଦି ଦୃଷ୍ଟି ନଦିଅନ୍ତି ଆଗାମୀ ଦିନରେ ରାଜ୍ୟରେ ବସ୍ ଚଳାଇବା କଷ୍ଟକର ହୋଇପଡ଼ିବ । ତେବେ ଆଗକୁ ରଥଯାତ୍ରା ଥିବାରୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ନଜର ଦେଇ ବାହୁଡ଼ା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯିବ ବୋଲି ପରୋକ୍ଷରେ ଜଣାପଡ଼ିଛି । ମାତ୍ର ଏ ସମ୍ପର୍କରେ ସଂଘ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।

ଆଜିର ବୈଠକରେ ପରିବହନ ବିଭାଗର ଅତିରିକ୍ତ କମିସନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିସନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀ ଉପସ୍ଥିତ ଥିଲେ । ସେହିପରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ମୁଖପାତ୍ର ଦେବାଶିଷ ନାୟକ, ଜୋନ୍ ସେକ୍ରେଟେରି କର୍ଣ୍ଣଟ କିଶୋର ଦାସ ଓ ସଂଘର ଅନ୍ୟ ସଦସ୍ୟ ଥିଲେ । ପ୍ରକାଶ ଯେ, ବସ୍‌ର ପରମିଟ୍ ଗୁଡ଼ିକୁ ୩ୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା, ବସ୍‌ଗୁଡ଼ିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍‌ଗୁଡ଼ିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ସରକାର କୌଣସି ଯାଗା ନଦେବା, କୋଭିଡ୍ ସମୟରେ ବସ୍ ଗୁଡିକୁ ୧ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳି ଦାବି ସମୂହକୁ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking