32.1 C
Bhubaneswar
Friday, April 26, 2024
Homeଓଡିଶାଅଳ୍ପକେ ବର୍ତ୍ତିଲା ହାୱଡା- ଅହମ୍ମଦାବାଦ ଏକ୍ସପ୍ରେସ

ଅଳ୍ପକେ ବର୍ତ୍ତିଲା ହାୱଡା- ଅହମ୍ମଦାବାଦ ଏକ୍ସପ୍ରେସ

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ହାୱାଡା- ଅହମ୍ମଦାବାଦ ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ରାଉରକେଲା ଓ ବନ୍ଧମୁଣ୍ଡା ମଧ୍ୟରେ ଏଥିରେ ତ୍ରୁଟି ଥିବା ନଜରରେ ଆସିଥିଲା । ସେତେବେଳକୁ ଟ୍ରେନ ରାଉରକେଲା ଷ୍ଟେସନ ନିକଟବର୍ତ୍ତୀ ହୋଇଯାଇଥିଲା । ତୁରନ୍ତ ଉକ୍ତ ଟ୍ରେନକୁ ରୋକାଯାଇଥିଲା । ଷ୍ଟେସନ ଅଧିକାରୀଙ୍କ ଅନୁସାରେ କୋଚ୍ ଏସ୍‌-୪ ଚକାର ସ୍ପ୍ରିଙ୍ଗ ପିନ ଭାଙ୍ଗିଯାଇଥିଲା । ଏଥିରେ ଟ୍ରେନ ଲାଇନଚ୍ୟୁତ ହେବା ଆଶଙ୍କା ବୃଦ୍ଧି ପାଇଥିଲା । ତୁରନ୍ତ ରେଳ କର୍ମଚାରୀ ଓ ଟେକନିସିଆନ ଟିମ୍ ଉକ୍ତ ମରାମତି କରିଥିଲେ । ଶେଷରେ ଦୀର୍ଘ ସମୟ ରହଣି ପରେ ଟ୍ରେନ ଗନ୍ତବ୍ୟ ଅଭିମୁଖେ ବାହାରିଥିଲା । ସୂଚନାଯୋଗ୍ୟ ସ୍ପିଙ୍ଗପିନ୍ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା କାମ ନ କଲେ ବଗି ଲାଇନଚ୍ୟୁତ ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking