ଭାଇକୁ ଏମିତି କଲା ଭଉଣୀ ଯାହା ଆପଣ ଜାଣିଲେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ….

ହରିଦ୍ୱାର: ସବୁବେଳେ ଭାଇ ଭଉଣୀଙ୍କ ସମ୍ପର୍କ ଅତୁଟ ରହିଥାଏ । ସେ ଛୋଟ ଭାଇଟି ହୋଇଥିଲେ ମଧ୍ୟ ତାର ଭଉଣୀକୁ ବହୁତ ଭଲ ପାଇଥାଏ । ସେହିଭଳି ଭଉଣୀଟି ମଧ୍ୟ ଭାଇକୁ ବହୁତ ଭଲଥାଏ । ଭଉଣୀଟି ସେହି ଦିନକୁ ଅପେକ୍ଷା କରିଥାଏ କେବେ ରାକ୍ଷୀ ପୂର୍ଣ୍ଣିମା ଆସିବ ଆଉ ତା ଭାଇ ହାତରେ ରାକ୍ଷୀ ବାନ୍ଧିବ । ହେଲେ ଏଠି କିଛି ଏମିତି ଘଟଣା ଘଟିଛିି ଯାହା ଆପଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ସୂଚନା ଅନୁସାରେ, ଭଲ କରି ଦୁନିଆ ଦେଖି ନଥିବା ଭାଇର ଦେଖାଶୁଣା କରିବାରୁ ମୁକ୍ତି ପାଇବା ପାଇଁ ନାବାଳିକା ଭଉଣୀ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମାତା-ପିତା ଦୁହେଁ କାମ ପାଇଁ ବାହାରକୁ ଚାଲି ଯାଉଥିବା ବେଳେ ନାବାଳିକାକୁ ଭାଇର ଯତ୍ନ ନେବାକୁ ପଡ଼ୁଥିଲା । ଯାହା ପାଇଁ ବିରକ୍ତ ହୋଇ ପ୍ରଥମେ କ୍ଷୀରରେ ନିଦ ଔଷଧ ଦେବା ସହ ପରେ ଏକ ବ୍ୟାଗରେ ଭର୍ତ୍ତି କରି ଗଙ୍ଗା ନଦୀରେ ଫିଙ୍ଗି ଦେଇଥିଲା ଭଉଣୀ । ଜ୍ବାଲାପୁରର ପୀଠ୍ ବଜାରରେ ରହୁଥିବା ସୋନୁଙ୍କ ପୁଅ ହଠାତ୍ ନିଖୋଜ ହେବା ପରେ ପରିବାର ଲୋକେ ପୁଲିସରେ ଅପହରଣର ଅଭିଯୋଗ ଲେଖାଇଥିଲେ । ଅଭିଯୋଗ ପରେ ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ୩ ଦିନ ଯାଞ୍ଚ ପରେ କୌଣସି ସୂଚନା ନ ମିଳିବାରୁ ପରେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୁଲିସ । ଯେଉଁଥିରେ ନାବାଳିକା ଭଉଣୀ ଏକ ବ୍ୟାଗ୍ ନେଇ ଗଙ୍ଗା ନଦୀକୁ ଫିଙ୍ଗୁଥିବା ଦେଖାଯାଇଥିଲା । ଘଟଣା ବିଷୟରେ ଅଭିଯୁକ୍ତ ଭଉଣୀକୁ ଅଟକ ରଖି ପଚରାଯିବା ପରେ ଦେଖାଶୁଣା କରି କରି ବିରକ୍ତ ହୋଇ ଯାଇଥିବାରୁ ମୁଁ ଏଭଳି କରିଛି ବୋଲି ସ୍ବୀକାର କରିଥିଲା ନାବାଳିକା । ଏ ନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ସିସିଟିଭି ଆଧାରରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି।