26.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତରଖାନାରେ ଷ୍ଟ୍ରେଚରରେ ବୁହା ହେଲା ଔଷଧ

ଡାକ୍ତରଖାନାରେ ଷ୍ଟ୍ରେଚରରେ ବୁହା ହେଲା ଔଷଧ

ବରଗଡ଼ : କିଛି ଦିନ ପୂର୍ବେ ଜିଲ୍ଲାର ଭେଡେନ ଡାକ୍ତରଖାନାରେ ଷ୍ଟ୍ରେଚରରେ ବାଲି ଇଟା ବୋହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାର କି ପୁନରାବୃତି ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ବୁଧବାର ଷ୍ଟ୍ରେଚରରେ ରୋଗୀ ବଦଳରେ କର୍ମଚାରୀମାନେ ଔଷଧ ବୋହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଲାଗି ରହିଥିବା ନଜିର ରହିଛି । ଶଯ୍ୟା ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବା ବେଳେ କେତେକ ସ୍ଥଳରେ ରୋଗୀମାନଙ୍କୁ ନେବା ଆଣିବାରେ ଷ୍ଟ୍ରେଚରର ଅଭାବ ପରିଲକ୍ଷିତ ହେଉଛି । ଏପରି ସ୍ଥଳେ ବୁଧବାର ଡାକ୍ତରଖାନାର କର୍ମଚାରୀମାନେ ଷ୍ଟ୍ରେଚରରେ ରୋଗୀ ବଦଳରେ ଔଷଧ ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ ଏବଂ ଡାକ୍ତର ତଥା ଶଯ୍ୟା ଅଭାବକୁ ସ୍ୱୀକାର କରିଥିଲେ । ତାଙ୍କ ଗସ୍ତର ୨୪ ଘଣ୍ଟା ନ ପୁରୁଣୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏପରି ଘଟଣାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking