43 C
Bhubaneswar
Tuesday, April 16, 2024
Homeଓଡିଶାଦିଗହରା ସ୍ୱଚ୍ଛ ଭାରତ ଅଭିଯାନ ଖତ ଖାଉଛି ଶୌଚାଳୟ ବେସିନ

ଦିଗହରା ସ୍ୱଚ୍ଛ ଭାରତ ଅଭିଯାନ ଖତ ଖାଉଛି ଶୌଚାଳୟ ବେସିନ

ମାଲକାନଗିରି : ଦେଶରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ । ଏହି ଯୋଜନା ମାଧ୍ୟମରେ ପରିବେଶ ସୁସ୍ଥ ରଖିବା ସହ ଲୋକଙ୍କୁ ବାହାରେ ଶୌଚ ନକରିବା ପାଇଁ ପରିବାର ପାଇଁ ଶୌଚାଳୟ ନିର୍ମାଣ କରୁଛନ୍ତି । ଏହି ଯୋଜନା ମାଲକାନଗିରି ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ ହୋଇଛି । କିନ୍ତୁ ତାହା କାମରେ ଲାଗୁନି । ଫଳରେ ଅନେକ ଶୌଚାଳୟ ବେସିନ୍ ଖତ ଖାଉଛି । ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଶିଖପାଲ୍ଲୀ ପଞ୍ଚାୟତସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ପଞ୍ଚାୟତ କ୍ଲଷ୍ଟର ଗୃହ ଭାବେ ଚାଲିଥିବା କାର୍ଯ୍ୟାଳୟ ପଛପଟେ ପାଚେରୀ ମଧ୍ୟରେ ଶତାଧିକ ଶୌଚାଳୟ ବେସିନ ଖତ ଖାଇବାସହ ସେହି ଅଞ୍ଚଳଟି ନାନା ଅନାବନା ଗଛରେ ଭରପୁର ହୋଇଛି । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ରାଜସ୍ୱ ନିରୀକ୍ଷକଙ୍କ ପୁରୁଣା କାର୍ଯ୍ୟାଳୟଟି ନଷ୍ଟ ହୋଇଯିବାରୁ ପଞ୍ଚାୟତ ତରଫରୁ ଏହି କ୍ଲଷ୍ଟର ଗୃହରେ କାର୍ଯ୍ୟାଳୟ କରିବା ପାଇଁ ଅନୁମତି ଦେଇଥିଲେ । ଫଳରେ ଏଠାରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଚାଲିଛି । କିନ୍ତୁ ଏହି ଶୌଚାଳୟ ବେସିନ ଗୁଡ଼ିକ ପୂର୍ବରୁ ଏହି ଗୃହ ପରିସରରେ ପଡ଼ି ରହିଛି । କିଏ ରଖିଛି , କେବେଠାରୁ ପଡ଼ିଛି ସେ ସମ୍ବନ୍ଧରେ ଜଣାନାହିଁ ବୋଲି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ଲିଜାରାଣୀ ସାହୁ ପ୍ରକାଶ କରିଛନ୍ତି । ଅନେକ ବର୍ଷ ପୂର୍ବରୁ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀଙ୍କ ସମୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଜିଲ୍ଲାର ସବୁ ପଞ୍ଚାୟତକୁ ପ୍ରତ୍ୟେକ ଗ୍ରାମ ଓ ପରିବାରଙ୍କୁ ଶୌଚାଳୟ ନିର୍ମାଣ ପାଇଁ ପଞ୍ଚାୟତ ମାଧ୍ୟମରେ ଅର୍ଥ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତର ସରପଞ୍ଚ ମାନେ ୨ କୋଟି ଟଙ୍କାର ହିସାବ କିମ୍ବା କାର୍ଯ୍ୟ ସମ୍ବନ୍ଧରେ ବାରମ୍ବାର ଚିଠି ଲେଖିଲେ ମଧ୍ୟ ଉତ୍ତର ଦେଉନାହାନ୍ତି । ଏହିପରି ଅନେକ ସ୍ଥାନରେ ପାଇଖାନା ବେସିନ ଗୁଡ଼ିକ ପଡ଼ି ରହିଥିବା ସେ ସ୍ୱୀକାର କରିଛନ୍ତି । ଯଦି ସରପଞ୍ଚମାନେ ଏହାର ହିସାବ ଓ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ନଦେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରାମ୍ୟ ଜଳ ଓ ପରିମଳ ମିଶନର ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking