33.1 C
Bhubaneswar
Saturday, April 27, 2024
Homeଓଡିଶାବରଗଡ଼ ଧନୁଯାତ୍ରା : ୯ରେ ଗୋପପୁରରେ ଶୁଭ ଧ୍ୱଜା ସ୍ଥାପନ

ବରଗଡ଼ ଧନୁଯାତ୍ରା : ୯ରେ ଗୋପପୁରରେ ଶୁଭ ଧ୍ୱଜା ସ୍ଥାପନ

ବରଗଡ଼ : ଡିସେମ୍ବର ୩୧ରୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ୭୧ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ଡିସେମ୍ବର ୯ ତାରିଖରେ ଗୋପପୁର କମିଟି ତରଫରୁ ଶୁଭ ଧ୍ୱଜା ସ୍ଥାପିତ ହେବ ବୋଲି ସୂଚନା ମିଳିଛି । ଡିସେମ୍ବର ୯ ତାରିଖରେ ଗୋପପୁର ପାଲଟୁଥିବା ଅମ୍ବାପାଲି ସ୍ଥିତ ମା’ସମଲେଶ୍ୱରୀ ପୀଠରେ ପୂଜାର୍ଚ୍ଚନା କରାଯିବ । ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଅମ୍ବାପାଲି ଗ୍ରାମ ପରିକ୍ରମା ପୂର୍ବକ ବୃନ୍ଦାବନ ପଡିଆକୁ ପହଞ୍ôଚବ । ସେଠାରେ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ ଶୁଭ ଧ୍ୱଜା ସ୍ଥାପିତ ହେବ । ସେହିପରି ଚଳିତ ବର୍ଷ କୌଣସି କଳାକାର ପରିବର୍ତ୍ତନ ହେବ ନାହଁ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ପୂର୍ବରୁ ସୂଚନା ଦେଇଥିବା ବେଳେ ଗୋପପୁରର ଶୁଭ ଧ୍ୱଜା ସ୍ଥାପନ ଅବସରରେ କୃଷ୍ଣ, ବଳରାମ ସମେତ ବିଭିନ୍ନ କଳାକାରଙ୍କୁ ବରଣ କରାଯିବ ବୋଲି ଜଣାପଡିଛି । ସେହିକ୍ରମରେ ଗତ ବର୍ଷ କୃଷ୍ଣ -ବଳରାମ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଆୟୁଷ ବିର୍ତିଆ ଏବଂ ଆଶୁତୋଷ ବିର୍ତିଆ ଙ୍କୁ ବରଣ କରାଯିବ । ସେହିପରି ଗତ ବର୍ଷ ରାଧା , ଅକୃର, ମଧୁମଙ୍ଗଳ, ନନ୍ଦରାଜା, ନନ୍ଦରାଣୀ ଆଦି ଭୂମିକା ପାଇଁ ଯଥାକ୍ରମେ ଶ୍ରେୟାଂସୀ ମହାପାତ୍ର, ଲଳିତ ମୋହନ ପଣ୍ଡା, ପଞ୍ଚାନନ ବିର୍ତିଆ, ସତ୍ୟ ନାରାୟଣ ପୋଢ଼, ଜ୍ୟୋସ୍ନାରାଣୀ ପୋଢ଼ ପ୍ରମୁଖ କଳାକାର ଅଭିନୟ କରିଥିବା ବେଳେ ସେମାନେ ପୁଣି ଥରେ ଏହି ଭୂମିକାରେ ଅଭିନୟ କରିବା ଏକପ୍ରକାର ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ୧୧ ଦିନର ଏହି ମହାନାଟକ ପାଇଁ ଗତ ୧ ତାରିଖରେ ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ବରଗଡ଼ ହାଟପଦାରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଚଳିତ ବର୍ଷ ଭୁବନେଶ୍ୱର ପ୍ରଧାନ ପୁଣି ଥରେ ଏହି ମହାନାଟକର ମହାନାୟକ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking