32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଶ୍ୱର ୧୦୦ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି: ଟାଇମ୍ ପତ୍ରିକା ତାଲିକାରେ ପୁଟିନ୍ ଓ ଜେଲେନ୍‌ସ୍କି

ବିଶ୍ୱର ୧୦୦ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି: ଟାଇମ୍ ପତ୍ରିକା ତାଲିକାରେ ପୁଟିନ୍ ଓ ଜେଲେନ୍‌ସ୍କି

ନ୍ୟୁୟର୍କ : ଆମେରିକାର ‘ଟାଇମ୍‌’ ପତ୍ରିକା ପକ୍ଷରୁ ୨୦୨୨ ବର୍ଷ ପାଇଁ ବିଶ୍ୱର ସବୁଠାରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି । ରାଜନେତା ବର୍ଗରେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଓ ତାଙ୍କର ୟୁକ୍ରେନ୍ ପ୍ରତିପକ୍ଷ ଭୋଲଡୋମୀର ଜେଲେନ୍‌ସ୍କି ସ୍ଥାନ ପାଇଥିବା ଘଟଣା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ସୂଚନାଯୋଗ୍ୟ ଚଳିତବର୍ଷ ଫେବୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ । ଏହି ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ ମହଲ ପୁଟିନ୍ ଓ ଜେଲେନ୍‌ସ୍କିଙ୍କ ନାମକୁ ସାମିଲ କରାଯିବା ବିବାଦୀୟ ବୋଲି ଆଖ୍ୟା ଦେଇଛନ୍ତି । ଏହା ଉପରେ ସ୍ପଷ୍ଟୀକରଣ ଦେଇ ‘ଟାଇମ୍‌’ ପତ୍ରିକାର ମୁଖ୍ୟ ସମ୍ପାଦକ କହିଛନ୍ତି ଯେ ତାଲିକା ପ୍ରସ୍ତୁତ କରିବା ସମୟରେ ତାଙ୍କ ଟିମ୍ କେବଳ ଗୋଟିଏ ମାନଦଣ୍ଡ ‘ପ୍ରଭାବ’କୁ ଗୁରୁତ୍ୱ ଦେଇଥାନ୍ତି । ବିଶ୍ୱ ପାଇଁ ଏହି ପ୍ରଭାବ ଭଲ ହେଉ କିମ୍ବା ମନ୍ଦ, ତାହାକୁ ସେମାନେ ଗୁରୁତ୍ୱ ଦେଉନଥିବା ସେ କହିଛନ୍ତି । ସବୁଠାରୁ କୌତୁହଳର ବିଷୟ ଏହିକି ଯେ ଏହି ତାଲିକା ପାଇଁ ଜେଲେନ୍‌ସ୍କିଙ୍କ ସମ୍ପର୍କରେ ଲେଖା ପ୍ରସ୍ତୁତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସାମରିକ ଦୃଷ୍ଟିକୋଣରୁ ରୁଷ୍ ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ବିପକ୍ଷରେ ଦୀର୍ଘ ତିନି ମାସ ଧରି ମୁକାବିଲା କରିଆସୁଥିବାରୁ ଜେଲେନ୍‌ସ୍କି ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ହିରୋ ପାଲଟିଛନ୍ତି ବୋଲି ବାଇଡେନ୍ ତାଙ୍କ ଆଲେଖ୍ୟରେ କହିଛନ୍ତି । ଅପରପକ୍ଷରେ ପୁଟିନ୍‌ଙ୍କ ପାଇଁ ଜେଲ୍‌ଦଣ୍ଡ ଭୋଗୁଥିବା ରୁୁଷ୍‌ର ବିରୋଧୀଦଳ ନେତା ଆଲେକ୍ସି ନାଭାଲ୍‌ନି ଲେଖା ପ୍ରସ୍ତୁତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking